Dailyhunt
ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

Photo News 3 weeks ago

ଭୁବନେଶ୍ୱର: କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁର ସମେତ ମୋଟ ୬ଟି ସ୍ଥାନରେ ଏକକାଳୀନ ଏହି ରେଡ୍ ଚାଲିଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଚଢ଼ାଉରୁ ଯନ୍ତ୍ରୀଙ୍କ ନିକଟରୁ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି।

ପାଖାପାଖି ୭ ଲକ୍ଷ ଟଙ୍କା, ବହୁ ପରିମାଣର ସୁନା ଅଳଙ୍କାର ସହ ଅନେକ ଦାମୀ ବ୍ରାଣ୍ଡେଡ୍ ହାତଘଣ୍ଟା ସହିତ ପ୍ରାୟ ୧୩ ଲକ୍ଷ ୪୭ ହଜାର ଟଙ୍କାର ଟ୍ରାଭେଲ୍ ବିଲ୍ ଠାବ କରାଯାଇଛି। ଚଢ଼ାଉ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି। ଭିଜିଲାନ୍ସର ଏକାଧିକ ଟିମ୍ ସମ୍ପୃକ୍ତ ଯନ୍ତ୍ରୀଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରୁଛନ୍ତି। ରେଡ୍ ଶେଷ ହେବା ପରେ ମୋଟ ସମ୍ପତ୍ତିର ଆକଳନ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News