Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାରବାଟୀରେ ଓଡ଼ିଶା ଟି୨୦ ଲିଗ୍‌ ସିଏମ୍‌ ଟ୍ରଫି; ୬ ଦଳ ମଧ୍ୟରେ ହେବ ଲଢ଼େଇ

ବାରବାଟୀରେ ଓଡ଼ିଶା ଟି୨୦ ଲିଗ୍‌ ସିଏମ୍‌ ଟ୍ରଫି; ୬ ଦଳ ମଧ୍ୟରେ ହେବ ଲଢ଼େଇ

Photo News 6 days ago

ଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ ଓଡ଼ିଶା ଟି୨୦ ଲିଗ୍‌ ସିଏମ୍‌ ଟ୍ରଫି ଆୟୋଜନ କରୁଛି। ସେପ୍ଟେମ୍ବର ୨୦ରୁ ୨୯ ପର୍ଯ୍ୟନ୍ତ କଟକର ବାରବାଟୀ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି | ଏଥିରେ ୬ଟି ଦଳ ଖେଳିବେ। ସେମାନେ ହେଲେ କଟକ ପ୍ୟାନ୍ଥର୍ସ, ଭୁବନେଶ୍ବର ଟାଇଗର୍ସ, ରାଉରକେଲା ଷ୍ଟିଲର୍ସ, କେନ୍ଦୁଝର ମାଇନର୍ସ , ପୁରୀ ଟାଇଟନ୍‌ସ ଓ ସମ୍ବଲପୁର ୱାରିୟର୍ସ।

ମୋଟ ୧୭ଟି ମ୍ୟାଚ୍‌ ଖେଳାଯିବ ଏବଂ ଏହା ପୂର୍ବରୁ ସେପ୍ଟେମ୍ବର ୬ରେ ବିଭିନ୍ନ ଫ୍ରାଞ୍ଚାଇଜିରେ ଖେଳାଳି ସାମିଲ ହେବେ। ଓଡ଼ିଶାରେ କ୍ରିକେଟ୍‌ ଏବଂ କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭିଜନ୍‌ ଓ ସମର୍ଥନକୁ ପ୍ରତିଫଳିତ କରି ଏହି ଲିଗ୍‌କୁ 'ସିଏମ୍‌ ଟ୍ରଫି' ନାମ ଦିଆଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଅନେକ ପ୍ରତିଭାବାନ ଯୁବ କ୍ରିକେଟର ଏକାଠି ହେବେ। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି କହିଛନ୍ତି, ଓଡ଼ିଶା ଟି୨୦ ଲିଗ୍‌ ସିଏମ୍‌ ଟ୍ରଫି ରାଜ୍ୟର କ୍ରିକେଟ୍‌କୁ ମଜଭୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଆମର ଲକ୍ଷ୍ୟ କେବଳ ଏକ ପ୍ରତିଯୋଗିତାମୂଳକ ଟୁର୍ଣ୍ଣାମେଣ୍ଟ ଆୟୋଜନ ନୁହେଁ, ବରଂ ଏଭଳି ଏକ ପ୍ଲାଟଫର୍ମ ସୃଷ୍ଟି କରିବା, ଯେଉଁଠାରେ ଯୁବ ଖେଳାଳି ପ୍ରଦର୍ଶନ କରିପାରିବେ, ଶିଖିପାରିବେ ଏବଂ ଆଗକୁ ବଢ଼ିପାରିବେ। ଟୁର୍ଣ୍ଣାମେଣ୍ଟର ଇଭେଣ୍ଟ ପାର୍ଟନର ଜିଅସ୍ ୱର୍ଲଡକାଷ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ମ୍ୟାଚ୍‌ ଏବଂ ପ୍ରସାରଣ ପରିଚାଳନା କରିବ। ଚମ୍ପିଆନ୍‌ ଦଳକୁ ୫୦ ଲକ୍ଷ ଓ ଉପବିଜେତା ଦଳକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଲିଗ୍‌କୁ କ୍ରିକେଟ୍‌ପ୍ରେମୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଓହଟ୍‌ଷ୍ଟାର୍‌ରେ ଜାତୀୟ ସ୍ତରରେ ଏବଂ ତରଙ୍ଗ ଟିଭିରେ ରାଜ୍ୟସ୍ତରରେ ସିଧା ପ୍ରାସରଣ ହେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News