Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ ହଟ୍ଟଗୋଳ: କେନ୍ଦୁଝର ଓ ସିଜିମାଳି ପ୍ରସଙ୍ଗରେ କଂଗ୍ରେସର କକ୍ଷତ୍ୟାଗ

ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ ହଟ୍ଟଗୋଳ: କେନ୍ଦୁଝର ଓ ସିଜିମାଳି ପ୍ରସଙ୍ଗରେ କଂଗ୍ରେସର କକ୍ଷତ୍ୟାଗ

Photo News 3 weeks ago

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ହିଁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାଦବିବାଦ ଦେଖିବାକୁ ମିଳିଛି। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବ ଆଗତ କରୁଥିବା ସମୟରେ ବିରୋଧୀ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗରେ ହୋହାଲ୍ଲା କରିବା ସହ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ।

ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ କେନ୍ଦୁଝରର ସେହି ସ୍ପର୍ଶକାତର ଘଟଣାକୁ ନେଇ ସରକାରଙ୍କୁ ଘେରିଥିଲେ, ଯେଉଁଠି ଟଙ୍କା ପାଇଁ ଜଣେ ଭାଇ ନିଜ ଭଉଣୀର କଙ୍କାଳ ଧରି ବ୍ୟାଙ୍କକୁ ଆସିଥିଲେ। ଏହା ସହିତ ରାୟଗଡ଼ା ସିଜିମାଳିରେ ଆଦିବାସୀ ମହିଳାଙ୍କ ଉପରେ ପୋଲିସର ଆକ୍ରମଣ ପ୍ରସଙ୍ଗକୁ ନେଇ ଦଳ ନାରାବାଜି କରିଥିଲା। ମୁଖ୍ୟମନ୍ତ୍ରୀ ନିଜ ବିବୃତି ରଖୁଥିବା ସମୟରେ କଂଗ୍ରେସ ବିଧାୟକମାନେ ଫ୍ଲୋରକୁ ଚାଲିଆସି ପ୍ରତିବାଦ କରିଥିଲେ। ପ୍ରାୟ ୧୫ ମିନିଟ୍ ଧରି ବିକ୍ଷୋଭ ଜାରି ରଖିବା ପରେ ଦଳ ଗୃହ ପରିତ୍ୟାଗ କରିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News