Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା

ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା

Photo News 5 hrs ago

କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ପୁଣି ଥରେ ରାଜନୈତିକ ହିଂସା ଭୟାନକ ରୂପ ନେଇଛି। ଇଂଲିଶ ବଜାର ଥାନା ଅନ୍ତର୍ଗତ ରାମକେଲି ଅଞ୍ଚଳରେ ୩୫ ବର୍ଷୀୟ ବିଜେପି ସମର୍ଥକ ସମୀର ଘୋଷଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯାଇଛି। ବିଜୟା ଦଶମୀ ସନ୍ଧ୍ୟାରେ ଯେତେବେଳେ ସମଗ୍ର ଅଞ୍ଚଳ ମୂର୍ତ୍ତି ବିସର୍ଜନ ଉତ୍ସବରେ ବ୍ୟସ୍ତ ଥିଲା, ସେହି ସମୟରେ ୧୦ରୁ ୧୧ ଜଣ ଦୁର୍ବୃତ୍ତ ଘରେ ପଶି ସମୀରଙ୍କୁ ଆକ୍ରମଣ କରିଥିଲେ।

ପ୍ରଥମେ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ କାଟିବା ପରେ ପାଖରୁ ଦୁଇପଟ ଗୁଳି ମାରିଥିଲେ। ଘଟଣାସ୍ଥଳରେ ହିଁ ସମୀରଙ୍କର ମୃତ୍ୟୁ ଘଟିଥିଲା। ଏହି ହତ୍ୟାକାଣ୍ଡ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ଏଥିରେ ଅନ୍ତତଃ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତମାନଙ୍କୁ ଉଦ୍ଧାର କରାଯାଇ ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ସମୀରଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିରୋଧୀ ରାଜନୈତିକ ଦଳର କର୍ମୀମାନେ ସଙ୍ଗଠିତ ଭାବେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି। ମୃତକଙ୍କ ଭାଇଙ୍କ କହିବା ଅନୁସାରେ, ବିଜେପି ସହ ଜଡ଼ିତ ଥିବାରୁ ସମୀରଙ୍କୁ ଦୀର୍ଘ ଦିନ ହେବ ଅଞ୍ଚଳ ଛାଡ଼ିବା ପାଇଁ ଧମକ ଦିଆଯାଉଥିଲା। ସେ ଘରେ ଏକାକୀ ଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News