Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Diesel ରେ ଆଇସୋବୁଟାନଲ ମିଶ୍ରଣ ହେବ ବାଧ୍ୟତାମୂଳକ

Diesel ରେ ଆଇସୋବୁଟାନଲ ମିଶ୍ରଣ ହେବ ବାଧ୍ୟତାମୂଳକ

Photo News 3 weeks ago

ନୂଆଦିଲ୍ଲୀ:ଭାରତ ସରକାର ଡିଜେଲରେ ଆଇସୋବୁଟାନଲ ମିଶ୍ରଣ ଅନିବାର୍ଯ୍ୟ କରିବା ପ୍ରସ୍ତାବ ଚଳିତବର୍ଷ ଶେଷ ଆଡକୁ ଆଣି ପାରନ୍ତି। କେନ୍ଦ୍ର ସରକାରଙ୍କ ଜନୈକ ବରିଷ୍ଠ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସଚିବ ଭି.ଉମାଶଙ୍କର ଉଦ୍ୟୋଗମଣ୍ଡଳ ସିଆଇଆଇର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି।ସେ କହିଛନ୍ତି ଯେ ଡିଜେଲରେ ମିଶ୍ରଣ (ବ୍ଲେଣ୍ଡିଂ)କୁ ଗୁରୁତର ସହ ଦେଖା ଯାଉଛି।

ଭାରତ ପେଟ୍ରୋଲିୟମ ଆଇସୋବୁଟାନଲ ବ୍ଲେଣ୍ଡିଂକୁ ନେଇ ଗବେଷଣା କରୁଛି ଓ ଏହାର ପରିଣାମ ବେଶ୍ ଉତ୍ସାହଜନକ। ସେ କହିଛନ୍ତି ଯେ ଡିଜେଲ ଖର୍ଚ୍ଚ ପେଟ୍ରୋଲର ୨ ଗୁଣା ହୋଇଥିବାରୁ ଏହି ଇନ୍ଧନରେ ମିଶ୍ରଣର ପ୍ରଭାବ ଦେଶର ଇନ୍ଧନ ସୁରକ୍ଷା ଉପରେ ଆହୁରି ଅଧିକ ରହିବ। ଉମାଶଙ୍କର କହିଛନ୍ତି ଯେ ଚଳିତବର୍ଷ ଶେଷ ସୁଦ୍ଧା ଡିଜେଲରେ ମିଶ୍ରଣକୁ ଅନିବାର୍ଯ୍ୟ କରିବା ପ୍ରାବଧାନ ଲାଗୁ କରାଯିବାର ସମ୍ଭାବନା ରହିଛି।ପରିବହନ ସଚିବ କହିଛନ୍ତି ଯେ ମନ୍ତ୍ରାଳୟ ପିଛିଲା ୧୦-୧୨ ବର୍ଷରେ ଇନ୍ଧନ ମିଶ୍ରଣ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ବଢାଇଛି। ଏହି କ୍ରମରେ ଇ-୮୫ ପେଟ୍ରୋଲ (୮୫ ପ୍ରତିଶତ ଇଥନଲ ମିଶ୍ରିତ ପେଟ୍ରୋଲ) ଓ ଇ-୧୦୦ (ଶୁଦ୍ଧ ଇଥନଲ ଆଧାରିତ ଇନ୍ଧନ) ସମ୍ପର୍କିତ ବାହନ ମେନୁଫେକ୍ଚରିଂ ନିୟମର ଚିଠା ପ୍ରସ୍ତାବ ମଧ୍ୟ ଜାରି କରାଯାଇଛି।

ସେ କହିଛନ୍ତି ଯେ ଭାରତ ପୂର୍ବରୁ ୨୦% ଇଥନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିସାରିଛି। ଫଳରେ ଆମଦାନୀ ହେଉଥିବା ଅଶୋଧିତ ତୈଳ ନିର୍ଭରତା ହ୍ରାସ କରିବା ଓ ଉତ୍ସର୍ଜନ ହ୍ରାସ କରିବାରେ ସହାୟତା ମିଳିଛି।ଉମାଶଙ୍କର କହିଛନ୍ତି ଯେ ଇ-୨୦ ସ୍ତରରେ ବ୍ଲେଣ୍ଡିଂକୁ ନେଇ କିଛି ଚିନ୍ତା ରହିଛି, ହେଲେ ଏଠାରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହି ଇନ୍ଧନ ଲାଗି ବାହନ ଅଲଗା ପ୍ରକାରର ନିର୍ମାଣ ହେବ। ଇ-୮୫ ଅଥବା ଇ-୧୦୦ ପାଇଁ ପେଟ୍ରୋଲ ପମ୍ପମାନଙ୍କରେ ଅଲଗା ଡିସ୍ପେନସର ଲଗାଯିବ। ତେବେ ସାଧାରଣ ମିଶ୍ରିତ ପେଟ୍ରୋଲ ଗୋଟିଏ ଡିସ୍ପେନସରରେ ଉପଲବ୍ଧ ହେବ। ସଚିବ ଏହା ବି କହିଛନ୍ତି ଯେ ସରକାର ଖୁ୍ବ ଶୀଘ୍ର ଟ୍ରକ୍ ଓ ଟ୍ରେଲରକୁ ପରସ୍ପର ସହ ବଦଳାଇ ଉପଯୋଗ କରିବା ସୁବିଧା ଉପରେ ଏକ ଚିଠା ଅଧିସୂଚନା ଆଣି ପାରନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News