Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହ୍ୱାଟସ୍‌ଆପ୍‌ର 'ୟୁଜରନେମ୍' ଫିଚରକୁ ନେଇ ମେଟାକୁ ନୋଟିସ୍ ଜାରି କଲେ କେନ୍ଦ୍ର ସରକାର

ହ୍ୱାଟସ୍‌ଆପ୍‌ର 'ୟୁଜରନେମ୍' ଫିଚରକୁ ନେଇ ମେଟାକୁ ନୋଟିସ୍ ଜାରି କଲେ କେନ୍ଦ୍ର ସରକାର

Photo News 1 week ago

ନୂଆଦିଲ୍ଲୀ: ମେଟା ଅଧିକୃତ ହ୍ୱାଟସ୍‌ଆପ୍ ଏବେ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି ଯେଉଁଥିରେ ବ୍ୟବହାରକାରୀମାନେ ନିଜର ମୋବାଇଲ୍ ନମ୍ବର ବଦଳରେ ଏକ ନିର୍ଦ୍ଦିଷ୍ଟ 'ୟୁଜରନେମ୍' ମାଧ୍ୟମରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିପାରିବେ। ଯାହାଫଳରେ କାହା ସହ ଚାଟିଂ କିମ୍ବା କଲିଂ କରିବା ପାଇଁ ଫୋନ୍ ନମ୍ବର ସେୟାର କରିବାର ଆବଶ୍ୟକତା ରହିବ ନାହିଁ।

ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ ଏହି ଫିଚରଟି ଲୋକପ୍ରିୟ ହେବ ବୋଲି କମ୍ପାନୀ ଦାବି କରୁଥିଲେ ମଧ୍ୟ ସରକାରୀ ଏଜେନ୍ସିଗୁଡ଼ିକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି l କେନ୍ଦ୍ର ସରକାର କହିଛନ୍ତି ଯଦି ଲୋକମାନେ କେବଳ ୟୁଜରନେମ୍ ବ୍ୟବହାର କରି କଥାବାର୍ତ୍ତା ହେବେ ଏବଂ ଫୋନ୍ ନମ୍ବର ଲୁଚି ରହିବ, ତେବେ ଅପରାଧୀ ଓ ସାଇବର ଠକମାନଙ୍କୁ ଚିହ୍ନଟ କରିବା ପୋଲିସ ଓ ତଦନ୍ତକାରୀ ସଂସ୍ଥାମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିବ। ବର୍ତ୍ତମାନ ଫୋନ୍ ନମ୍ବର ଆଧାରରେ ସାଇବର ଅପରାଧୀଙ୍କ ଠିକଣା ଏବଂ ପରିଚୟ ସହଜରେ ଟ୍ରାକ୍ କରାଯାଇପାରୁଛି। କିନ୍ତୁ ନମ୍ବର ଗୋପନ ରହିଲେ ଠକମାନେ ସହଜରେ ଫେକ୍ ଆକାଉଣ୍ଟ ସୃଷ୍ଟି କରି ଆର୍ଥିକ ଠକେଇ କରିବା ସହ ଅଶ୍ଳୀଳ ତଥ୍ୟ ଆଦାନପ୍ରଦାନ ଏବଂ ଗୁଜବ ସୃଷ୍ଟି କରିବା ପରି ଦେଶ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ସବୁ ବିପଦକୁ ଦୃଷ୍ଟିରେ ରଖି ସରକାର ମେଟାକୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନୂତନ ଫିଚର ଲାଗୁ ହେବା ପରେ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକୁ କମ୍ପାନୀ କିପରି ସହଯୋଗ କରିବ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଅପରାଧୀଙ୍କୁ କିପରି ଟ୍ରାକ୍ କରାଯିବ, ସେନେଇ କମ୍ପାନୀକୁ ସ୍ପଷ୍ଟୀକରଣ ମାଗିଛନ୍ତି ସରକାର।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News