Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇନଷ୍ଟାରେ ସୋନିଆ ଗାନ୍ଧୀ, ସେୟାର କଲେ ଆତ୍ମଜୀବନୀ

ଇନଷ୍ଟାରେ ସୋନିଆ ଗାନ୍ଧୀ, ସେୟାର କଲେ ଆତ୍ମଜୀବନୀ

Photo News 5 hrs ago

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଥମଥର ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଛନ୍ତି। ଏହି ଅବସରରେ ସେ ନିଜର ଆଗାମୀ ଆତ୍ମଜୀବନୀ ପୁସ୍ତକ 'Belonging: A Journey of Love'ର ପ୍ରଥମ ପୋଷ୍ଟ ସେୟାର କରିଛନ୍ତି। ଆସନ୍ତା ନଭେମ୍ବର ୧୦ ତାରିଖରେ ଏହି ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି।

ପ୍ରଥମ ପୋଷ୍ଟରେ ପାଠକମାନଙ୍କୁ କୃତଜ୍ଞତା ଜଣାଇ ସୋନିଆ ଲେଖିଛନ୍ତି, "ସମସ୍ତଙ୍କୁ ନମସ୍କାର। 'Belonging: A Journey of Love' ର ପ୍ରଥମ ଝଲକ ଆପଣମାନଙ୍କ ସହ ସେୟାର କରି ମୁଁ ଅତ୍ୟନ୍ତ କୃତଜ୍ଞ। ଏହା ପ୍ରେମ, କର୍ତ୍ତବ୍ୟ, ଦୁଃଖ ଏବଂ ଜୀବନରେ ନିଜର ଏକ ସ୍ଥାନ ଖୋଜିବାର କାହାଣୀ।" ଏହାକୁ ପାଠକମାନଙ୍କ ସହ ସେୟାର କରିବାକୁ ସେ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି ଆତ୍ମଜୀବନୀରେ ଇଟାଲୀରେ ବିତିଥିବା ତାଙ୍କ ପିଲାଦିନ, ପ୍ରାରମ୍ଭିକ ଜୀବନ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ପ୍ରେମ ଓ ପାରିବାରିକ ସମ୍ପର୍କ ସହିତ ଭାରତ ପ୍ରତି ତାଙ୍କର ଗଭୀର ଆତ୍ମୀୟତା ଓ ବିଭିନ୍ନ ଦୁଃଖଦ ଘଟଣାକୁ ସ୍ଥାନ ଦିଆଯାଇଛି। ପୂର୍ବରୁ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏହି ପୁସ୍ତକକୁ ନେଇ ନିଜର ବେଶ୍ ଉତ୍ସାହ ପ୍ରକାଶ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News