Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାତୃଭାଷା ମାଧ୍ୟମରେ ଶିକ୍ଷାଦାନକୁ ମଜଭୁତ କରିବା - ଧର୍ମେନ୍ଦ୍ର ପ୍ରଧାନ

ମାତୃଭାଷା ମାଧ୍ୟମରେ ଶିକ୍ଷାଦାନକୁ ମଜଭୁତ କରିବା - ଧର୍ମେନ୍ଦ୍ର ପ୍ରଧାନ

Photo News 6 hrs ago

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୫ ମେ, ୨୦୨୬ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ 'ଜାତୀୟ ଶିକ୍ଷା ନୀତି'ର ସଫଳ ରୂପାୟନ ନେଇ ମେଘାଳୟର ମୁଖ୍ୟମନ୍ତ୍ରୀ ଶ୍ରୀ କନରାଡ଼ ସାଙ୍ଗମାଙ୍କ ସହ ଏକ ସାରଗର୍ଭକ ଓ ଗଠନମୂଳକ ଆଲୋଚନା କରିଛନ୍ତି ।

ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଶେଷ ଭାବେ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ମଡେଲ୍‌କୁ ପ୍ରଶଂସା କରିଛନ୍ତି ।

ମେଘାଳୟରେ ଆନୁଷ୍ଠାନିକ ଶିକ୍ଷା ସହିତ କ୍ରୀଡ଼ା, ଶାରୀରିକ ଶିକ୍ଷା, ଉଦ୍ୟାନ କୃଷି ଏବଂ ସ୍ଥାନୀୟ ଜୀବିକା ସୁଯୋଗକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ସାଙ୍ଗମାଙ୍କ ପ୍ରୟାସ ଏକ ସାମଗ୍ରିକ ଓ ସାଂସ୍କୃତିକ ଆଭିମୁଖ୍ୟର ପ୍ରତୀକ ବୋଲି ସେ କହିଛନ୍ତି । ଏହାସହ ରାଜ୍ୟରେ ଶିକ୍ଷଣ ଫଳାଫଳର ସୁଧାର କରିବା ଏବଂ ସ୍ଥାନୀୟ ମାତୃଭାଷା 'ଖାସି' ଓ 'ଗାରୋ' ମାଧ୍ୟମରେ ପ୍ରାଥମିକ ଶିକ୍ଷାକୁ ମଜଭୁତ କରିବା ଉପରେ ମୁଖ୍ୟମନ୍ତ୍ରୀ ଦେଉଥିବା ଗୁରୁତ୍ୱକୁ ସେ ସ୍ୱାଗତ କରିଛନ୍ତି। ଯୁବପିଢ଼ିଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ପାରମ୍ପରିକ ଜ୍ଞାନ ସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କମ୍ପ୍ୟୁଟେସନାଲ୍ ଚିନ୍ତାଧାରା ଭଳି ଆଧୁନିକ ବିଷୟକୁ ଶିକ୍ଷାଦାନରେ ଯୋଡ଼ିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଭବିଷ୍ୟତବାଦୀ ଏବଂ ସମାବେଶୀ ପ୍ରୟାସ 'ବିକଶିତ ଭାରତ ୨୦୪୭' ସଂକଳ୍ପକୁ ସାକାର କରିବା ସହ ଏକ ଦକ୍ଷ, ଆତ୍ମବିଶ୍ୱାସୀ ଏବଂ ସଶକ୍ତ ପିଢ଼ି ଗଠନରେ ଏକ ଦୃଢ଼ ସ୍ତମ୍ଭ ସାଜିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ଏହା ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ଗ୍ରୁପ୍‌ର ଅଧ୍ୟକ୍ଷା ଡକ୍ଟର ଶିଳ୍ପୀ ସାହୁଙ୍କ ସହ ମଧ୍ୟ ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ନେଇ ଆଲୋଚନା କରିଛନ୍ତି । ଏହି ବୈଠକରେ ଛାତ୍ରଛାତ୍ରୀଙ୍କ ଭିତ୍ତିଭୂମି ଶିକ୍ଷାକୁ ମଜଭୁତ କରିବା, ଶିକ୍ଷାକୁ ଅଧିକ ଦକ୍ଷତା-ଭିତ୍ତିକ କରିବା, ଭାରତୀୟ ଭାଷାଗୁଡ଼ିକୁ ପ୍ରୋତ୍ସାହିତ କରିବା ଏବଂ ଶିକ୍ଷା ବ୍ୟବସ୍ଥାରେ ସାମାଜିକ ଅଂଶଗ୍ରହଣ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଥିଲା। ଏହାସହ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପୋଷଣ ଏବଂ ଫି' ସ୍ୱଚ୍ଛତା ବଜାୟ ରଖିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଭାରତୀୟ ମୂଲ୍ୟବୋଧରେ ବିଶ୍ୱାସ ରଖୁଥିବା ଏବଂ ବିଶ୍ୱସ୍ତରୀୟ ସୁଯୋଗ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁଥିବା ଏକ ସମୃଦ୍ଧ ଶିକ୍ଷା ବ୍ୟବସ୍ଥା ଗଠନ କରିବା ଏହି ଆଲୋଚନାର ମୂଳ ଲକ୍ଷ୍ୟ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News