Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ବାମୀ

ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ବାମୀ

Photo News 1 week ago

ଭୁବନେଶ୍ବର: ରାଜ୍ୟରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ଏବେ ଝାରସୁଗୁଡ଼ା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସରକାରୀ ସାହାଯ୍ୟ କିମ୍ବା ଶବବାହକ ଗାଡ଼ି ନ ମିଳିବାରୁ ଜଣେ ଅସହାୟ ସ୍ୱାମୀ ନିଜ ପତ୍ନୀଙ୍କ ମୃତଦେହକୁ ବାଇକ୍‌ରେ ବୋହି ଘରକୁ ନେଇଛନ୍ତି।

ଏହି କରୁଣ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନର ଦାୟିତ୍ବବୋଧ ଓ ସ୍ୱାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡ଼ା ପଞ୍ଚାୟତ ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଶନିବାର ଭୋର ସମୟରେ ତାଙ୍କୁ ଗୁରୁତର ଅବସ୍ଥାରେ ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଡାକ୍ତରଖାନାରେ ପତ୍ନୀଙ୍କ ମୃତ୍ୟୁ ପରେ ନରେଶଙ୍କ ପାଇଁ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଥିଲା। ମୃତଦେହକୁ ଗାଁକୁ ନେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ଶବବାହକ ଗାଡ଼ି ବା ଆମ୍ବୁଲାନ୍ସ ଯୋଗାଇ ଦିଆଯାଇ ନଥିବା ନରେଶ ଅଭିଯୋଗ କରିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ବହୁ ଚେଷ୍ଟା କରି ମଧ୍ୟ କୌଣସି ସରକାରୀ ସହାୟତା ନ ମିଳିବାରୁ, ଶେଷରେ ବାଧ୍ୟ ହୋଇ ନରେଶ ଜଣେ ପଡ଼ୋଶୀଙ୍କ ବାଇକ୍‌ ସାହାଯ୍ୟରେ ପତ୍ନୀଙ୍କ ମୃତଦେହକୁ ମଝିରେ ବସାଇ ଗ୍ରାମକୁ ଫେରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ସୋକ ଓ ଅସନ୍ତୋଷ ସୃଷ୍ଟି କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News