Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନବ ଗଠିତ ୨୮ଟି NAC ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନବ ଗଠିତ ୨୮ଟି NAC ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Photo News 1 week ago

ଭୁବନେଶ୍ୱର: ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ସୋମବାର ଦିନ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବଗଠିତ ୨୮ଟି NAC ରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ସହ ପ୍ରତ୍ୟେକ NAC ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ ବୋଲି କହିଛନ୍ତି lଏଥିରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ ରାସ୍ତା, ଡ୍ରେନ୍, ମାର୍କେଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସମ୍ପନ୍ନ ହେବ ।ଏଥି ସହିତ ୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟି ଟଙ୍କା ବିନିଯୋଗରେ ୫୯୩ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।

ଏହି ପ୍ରକଳ୍ପ ଗୁଡିକ 'ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା' ଅଧିନରେ କାର୍ଯ୍ୟକାରୀ ହେବ। ଏଥିରେ ୧୦୨ କୋଟି ଟଙ୍କା ମୂଲ୍ୟର ୪୨୩ଟି ପ୍ରକଳ୍ପର ଉଦ୍‌ଘାଟନ ଥିବା ବେଳେ, ୨୨୧ କୋଟି ଟଙ୍କା ମୂଲ୍ୟର ୧୭୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି । ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌର ସଂସ୍ଥା ଗୁଡିକର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଅର୍ବାନ ଏକାଡେମୀ ସହିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, Indian School of Business ଏବଂ National Institute of Urban Affairs ର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏଥି ସହିତ CRUT ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି । ଆହୁରି ମଧ୍ୟ ୧୧୫ଟି ପୌର ସଂସ୍ଥାରେ OSWAN ଭିଡିଓ କନଫରେନ୍ସିଂ ସୁବିଧା ଏବଂ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ବନ୍ଧୁ', ଓଡ଼ିଶା ଯାତ୍ରୀ ଏସ୍.ଓ.ଏସ୍. ଆପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News