Dailyhunt
ପଶ୍ଚିମବଙ୍ଗରେ ବିଜୟମୁହାଁ ବିଜେପି

ପଶ୍ଚିମବଙ୍ଗରେ ବିଜୟମୁହାଁ ବିଜେପି

Photo News 1 week ago

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା ଜାରି ରହିଛି । ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୯୩ ଆସନରେ ଆଗୁଆ ରହିଛି । ଟିଏମସି ୯୬ ଆସନରେ ଲିଡ୍ କରୁଛି । ଯାହା ଟିଏମସିକୁ ଝଟକା ଦେଇଛି ।

ସେହିଭଳି ତାମିଲନାଡ଼ୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ବିଜୟଙ୍କ ଦଳ ୧୦୦ରୁ ଅଧିକ ଆସନରେ ଆଗୁଆ ରହି ଚମତ୍କାର ପ୍ରଦର୍ଶନ କରିଛି । ସେହିପରି କେରଳ ରାଜ୍ୟର ୧୪୦ଟି ଆସନରେ ଭୋଟ୍ ଗଣତି ଜାରି ରହିଥିବା ବେଳେ ପ୍ରାରମ୍ଭିକ ଟ୍ରେଣ୍ଡ୍ କଂଗ୍ରେସ ମେଣ୍ଟ ୟୁଡିଏଫ୍‌ ପାଇଁ ଖୁସି ଖବର ଆଣିଛି। ବର୍ତ୍ତମାନ UDF ୯୯ଟି ଆସନରେ ଆଗୁଆ ରହି ବହୁମତ ପାର୍ କରିସାରିଛି। ଅନ୍ୟପଟେ କ୍ଷମତାସୀନ ସିପିଆଇଏମ୍ ନେତୃତ୍ବାଧୀନ LDF ୩୫, ବିଜେପି ୩ ଓ ଅନ୍ୟାନ୍ୟ ୩ ଆସନରେ ଆଗୁଆ ଅଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News