Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍

ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍

Photo News 1 week ago

ଭୁବନେଶ୍ବର: ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ତାଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ମାମଲା ରୁଜୁ କରାଯିବ ନାହିଁ, ସେନେଇ କୈଫିୟତ ତଲବ କରିଛନ୍ତି କୋର୍ଟ। ବାରମ୍ବାର ସୁଯୋଗ ସତ୍ତ୍ୱେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନକରିବା ଏବଂ ମାମଲା ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ଥିବା ସତ୍ୟପାଠ ଦାଖଲ କରିବା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି।

୨୦୨୫ ସେପ୍ଟେମ୍ବର ୨୫ରେ ଜାରି ହୋଇଥିବା ନିର୍ଦ୍ଦେଶକୁ ଖୁରାନିଆ ଜାଣିଶୁଣି ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ରହିଛି। ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ, ତାଙ୍କ ବିରୋଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆନଯିବ, ସେନେଇ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖୁରାନିଆ ଅବସର ନେଇସାରିଥିବାରୁ ପୁଲିସ ଆଇଜି (ପର୍ସନଲ) ତାଙ୍କୁ ଏହି ନୋଟିସ୍ ପ୍ରଦାନ କରିବେ। ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ଖୁରାନିଆଙ୍କୁ ଜବାବ ଦେବାକୁ ପଡ଼ିବ।

ଚାକିରିରୁ ଛଟେଇ ହୋଇଥିବା ମହିଳା ପୁଲିସ ଅଧିକାରୀ ସାଗରିକା ପରିଡ଼ାଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ପଦକ୍ଷେପ ନେଇଛନ୍ତି। ସାଗରିକାଙ୍କୁ ପୁନଃ ଚାକିରିରେ ଅବସ୍ଥାପିତ କରିବାକୁ ଗତବର୍ଷ ସେପ୍ଟେମ୍ବରରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଆଦେଶ କାର୍ଯ୍ୟକାରୀ ନକରି ତତ୍କାଳୀନ ଡିଜିପି ୱାଇବି ଖୁରାନିଆ କୋର୍ଟରେ ବିଭ୍ରାନ୍ତିକର ତଥ୍ୟ ସତ୍ୟପାଠ ଜରିଆରେ ଦେଇଥିବା ଅଭିଯୋଗ ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News