Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁରୀ ଶ୍ରୀମନ୍ଦିରରେ ଅଣସର ନୀତି ଜାରି; ଆଜି ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି

ପୁରୀ ଶ୍ରୀମନ୍ଦିରରେ ଅଣସର ନୀତି ଜାରି; ଆଜି ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି

Photo News 1 week ago

ପୁରୀ: ୧୦୮ ଗଡ଼ୁ ପବିତ୍ର ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଶ୍ରାମ କରୁଛନ୍ତି। ଅଣସର ନୀତିର ଏକ ପ୍ରମୁଖ ପରମ୍ପରା ହେଉଛି ଫୁଲୁରି ତେଲ ଲାଗି। ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ପବିତ୍ର ଓ ଔଷଧୀୟ ତେଲ ଲାଗି କରାଯିବ। ବିଶ୍ୱାସ ରହିଛି, ଏହି ତେଲ ଲେପନ କରିବା ଦ୍ୱାରା ମହାପ୍ରଭୁଙ୍କ ଜ୍ୱର ଓ ଶାରୀରିକ ପୀଡ଼ାରୁ ଉପଶମ ମିଳିଥାଏ।

ଏହି ଫୁଲରି ତେଲ ବଡ଼ ଓଡ଼ିଆ ମଠ ପକ୍ଷରୁ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଇଥାଏ। ପ୍ରତ୍ୟେକବର୍ଷ ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶି ତେଲରେ ୧୪ପ୍ରକାର ଫୁଲ, ୭ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ମାଟିପାତ୍ରରେ ରଖି ମାଟିତଳେ ପୋତା ଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ତେଲକୁ ବାହାର କରାଯାଇ ଛଣାଯିବା ପରେ ସ୍ୱତନ୍ତ୍ର ବିଧିରେ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସମ୍ପନ୍ନ ହେବା ପରେ ଅପରାହ୍‌ଣରେ୬ସେର ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିଥାଏ।

ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଅଣସର ଘର ଦ୍ୱାରଖୋଲାଯିବ। ପତିମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରି ତେଲ ନେଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇବେ। ଫୁଲୁରି ତେଲ ଲାଗି ହେବା ପରେ ଶ୍ରୀବିଗ୍ରହମାନେ କିଛିଟା ସୁସ୍ଥ ଅନୁଭବ କରିଥା'ନ୍ତି। ଆଜି ଅଣସରର ଚତୁର୍ଥ ଦିନରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଫିଟା ନୀତି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News