Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସଡ଼କ ଦୁର୍ଘଟଣାରେ ଦୁଇ ପ୍ରତିଭାବାନ ଯୁବ ଖେଳାଳିଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଦୁଇ ପ୍ରତିଭାବାନ ଯୁବ ଖେଳାଳିଙ୍କ ମୃତ୍ୟୁ

Photo News 4 hrs ago

କଟକ: ବିଜୟା ଦଶମୀର ଉଲ୍ଲାସ ମଧ୍ୟରେ ଝଡ଼ିଗଲା ଓଡ଼ିଶା କ୍ରୀଡ଼ା ଜଗତର ଦୁଇ ପ୍ରତିଭାବାନ ଯୁବ ତାରକାଙ୍କ ଜୀବନ। ମାଆଙ୍କ ଦର୍ଶନ ସାରି ହସଖୁସିରେ ହଷ୍ଟେଲକୁ ଫେରୁଥିବାବେଳେ କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଯୁବ ଆଥଲେଟ୍‌ ଜୟରାମ ଦଣ୍ଡପତି ଏବଂ ମଳୟ ବାରିକଙ୍କର ଅକାଳ ବିୟୋଗ ହୋଇଛି।

ଏହି ଦୁଃଖଦ ଘଟଣା ସମଗ୍ର ରାଜ୍ୟ କ୍ରୀଡ଼ା ଜଗତକୁ ସ୍ତବ୍ଧ ଓ ମର୍ମାହତ କରିଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରାସ୍ଥିତ ଏକ କାର୍‌ ଶୋ'ରୁମ୍‌ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଗାପୂଜା ଅବସରରେ କଟକରେ ମାଆଙ୍କ ଦର୍ଶନ ସାରି ବାଇକ୍‌ ଯୋଗେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଉଭୟ ଡିଭାଇଡର୍‌ରେ ପିଟି ହୋଇଯାଇଥିଲେ। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଉଭୟ ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ତୁରନ୍ତ କଟକସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଜୟରାମ ଓ ମଳୟ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଥିବା 'ରିଲାଏନ୍ସ ହାଇ ପରଫରମାନ୍ସ ସେଣ୍ଟର'ରେ ରହି କଠିନ ପ୍ରଶିକ୍ଷଣ ନେଉଥିଲେ। ଭବିଷ୍ୟତରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବାର ଅନେକ ସ୍ୱପ୍ନ ଧରି ଆଗେଇ ଚାଲିଥିବା ଏହି ଦୁଇ ପ୍ରତିଭାଙ୍କ ମୃତ୍ୟୁରେ ସେମାନଙ୍କ ପରିବାର ଏବଂ ସାଥୀ ଖେଳାଳିଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News