ନୂଆଦିଲ୍ଲୀ, ୦୨/୦୪ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ବୋଧନ ପରେ ସେୟାର ମାର୍କେଟ୍ ରେ ଝଡ଼। ଅଚାନକ ଖସିଲା ସୁନା-ରୁପା ଦର। MCX ବଜାରରେ ଝଡ଼। ୧୩ ହଜାର ଟଙ୍କା ଶସ୍ତା ହେଲା ରୁପା। ଏବେ ରୁପା କିଲୋ ପିଛା ୨ ଲକ୍ଷ ୨୯ ହଜାର ୮୮୮ ଟଙ୍କା ରହିଛି। ସେହିପରି ସୁନା ଦରରେ ମଧ୍ୟ ବଡ଼ ହ୍ରାସ ହୋଇଛି। ମଲ୍ଟି କମୋଡିଟି ମାର୍କେଟ୍ ରେ ସୁନା ଦର ୨୨୦୦ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପିଛା ୧ ଲକ୍ଷ ୫୧ ହଜାର ୧୬୧ ଟଙ୍କା ରହିଛି।
ଅନ୍ତର୍ଜାତୀୟ ବଜାରରେ ବଡ଼ ହ୍ରାସ
ଗ୍ଲୋବାଲ୍ ମାର୍କେଟ୍ ରେ ମଧ୍ୟ ସୁନା-ରୁପା ଦରରେ ବଡ଼ ହ୍ରାସ ହୋଇଛି। ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ୨.୧୫ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୪,୭୧୦.୯୫ ଡଲାର ହୋଇଛି। ରୂପା ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇ ୫.୨୦ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୭୨.୧୦୮ ଡଲାର ହୋଇଛି।
କାହିଁକି ଖସିଲା ସୁନା-ରୁପା ଦର ?
୧-ଟ୍ରମ୍ପ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଆସନ୍ତା ୨ ରୁ ୩ ସପ୍ତାହ ମଧ୍ୟରେ ଇରାନ ଉପରେ ଆମେ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛୁ। ଏଥିରୁ ସଙ୍କେତ ମିଳୁଛି ଯେ, ଆଗାମୀ ଦିନରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆହୁରି ଭୟଙ୍କର ହେବ। ଯେଉଁଥିପାଇଁ ସୁନା-ରୁପା ଦର ହ୍ରାସ ହୋଇଛି।
୨-ଅଶୋଧିତ ତୈଳ ଦର ମଧ୍ୟ ହ୍ରାସ ପାଇଛି। ଗତକାଲି ତୁଳନାରେ ତୈଳ ଦର ବ୍ୟାରେଲ ପିଛା ୮ ଡଲାର ବୃଦ୍ଧି ପାଇ ୧୦୬ ଡଲାର ଅତିକ୍ରମ କରିଛି।
୩-ଡଲାର ଇଣ୍ଡେକ୍ସରେ ମଧ୍ୟ ତୀବ୍ରତା ଦେଖିବାକୁ ମିଳିଛି। ଡଲାର ତୁଳନାରେ ଟଙ୍କା ୯୪ ଲେବୁଲ ପାଖାପାଖି ଅଛି। ଡଲାର ମଜବୁତ ହେବା ଯୋଗୁଁ ସୁନା-ରୁପା ଦରରେ ବଡ଼ ହ୍ରାସ ହୋଇଛି।

