ନୂଆଦିଲ୍ଳୀ,୪।୮: ଯେଉଁ ବୟସରେ କଲେଜରେ ଆଡମିଶନ୍ ନେଇ ଆମେ କ୍ୟାରିୟର ଆରମ୍ଭ କଥା ଭାବୁ ସେ ବୟରେ ଆମେରିକାର ଜଣେ ଯୁବକ ହୋଇଛନ୍ତି ପ୍ରଫେସର। ୧୮ ବର୍ଷୀୟ ନେଥନ୍ ଥୋମାସ୍ ପୃଥିବୀର ସବୁଠାରୁ କମ୍ ବୟସ୍କ ପ୍ରଫେସର ହୋଇ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ରେ ଇଞ୍ଜିନିୟରିଂ ଏବଂ କମ୍ପ୍ୟୁଟର ପ୍ରୋଗ୍ରାମିଂ ପଢ଼ାଇ ମାତ୍ର ୧୮ ବର୍ଷ ୩୪୬ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି।
ଏହା ସହିତ ସେ ପ୍ରାୟ ୩୦୬ ବର୍ଷ ପୁରୁଣା ଗିନିଜ୍ ୱାର୍ଲ୍ଡ ଭାଙ୍ଗିଛନ୍ତି।
ଏହା ପୂର୍ବରୁ ୧୭୧୭ ମସିହାରେ ସ୍କଟଲ୍ୟାଣ୍ଡର ଗଣିତଜ୍ଞ କୋଲିନ୍ ମ୍ୟାକଲୋରିନ୍ (Colin Maclaurin) ୧୯ ବର୍ଷ ବୟସରେ ପ୍ରଫେସର ହୋଇ ଏହି ରେକର୍ଡ କରିଥିଲେ। ନେଥନ୍ ସେହି ରେକର୍ଡକୁ ଏବେ କାଟି ଦେଇଛନ୍ତି। ନେଥନ୍ ମିଆମି ଡେଡ୍ କଲେଜରେ ଇଞ୍ଜିନିୟରିଂ ଛାତ୍ରମାନଙ୍କୁ 'C Programming' ପଢ଼ାଉଛନ୍ତି। ବିଶେଷ କଥା ହେଉଛି ତାଙ୍କ ଶ୍ରେଣୀର ଅଧିକାଂଶ ଛାତ୍ରଛାତ୍ରୀ ତାଙ୍କରି ବୟସର କିମ୍ବା ତାଙ୍କଠାରୁ ବଡ଼।
ଶିକ୍ଷାଗତ ଯୋଗ୍ୟତା ଓ ସଫଳତା
ନେଥନ୍ ଜଣେ ଅସାଧାରଣ ପ୍ରତିଭାଶାଳୀ ଛାତ୍ର। ସେ ମାତ୍ର ୧୦ ବର୍ଷ ବୟସରେ କଲେଜରେ ନାମ ଲେଖାଇଥିଲେ ୧୮ ବର୍ଷ ବୟସ ସୁଦ୍ଧା ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଉଭୟ ବ୍ୟାଚେଲର୍ସ (Bachelor's) ଏବଂ ମାଷ୍ଟର୍ସ (Master's) ଡିଗ୍ରୀ ସମାପ୍ତ କରିସାରିଛନ୍ତି। ବର୍ତ୍ତମାନ ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ସେ ମିଆମି ସ୍କୁଲ୍ ଅଫ୍ ଲ' ରୁ ଆଇନ (Law) ପଢୁଛନ୍ତି ଏବଂ ଇଣ୍ଟେଲେକଚୁଆଲ୍ ପ୍ରପର୍ଟି ରେ ବିଶେଷଜ୍ଞ ହେବାକୁ ଚାହୁଁଛନ୍ତି।
ଅଗଷ୍ଠ ୨୦୨୩ ରେ ଯେତେବେଳେ ନେଥନ୍ ମିଆମି ଡେଡ୍ କଲେଜରେ କମ୍ପ୍ୟୁଟର ପୋଗ୍ରାମିଂ ପଢାଇବାକୁ ଯାଇଥିଲେ, ତାଙ୍କ ଆଗରେ ବସିଥିବା ଅଧିକାଂଶ ଛାତ୍ର ତାଙ୍କ ବୟସର ହିଁ ଥିଲେ। ନେଇଥ୍ କହିଛନ୍ତି, ଯେତେବେଳେ ଆପଣ କ୍ଳାସରେ ରୁହନ୍ତି, ସମସ୍ତଙ୍କ ଲକ୍ଷ୍ୟ ଥାଏ ଶିଖିବା ଓ ଆଗକୁ ବଢିବା। ମୋର ଧ୍ୟାନ କେବଳ ଏହି କଥା ଉପରେ ଥାଏ କିଭଳି ଭଲ ଭାବରେ କାମ କରିବି। ସେହି ଛାତ୍ରଙ୍କୁ ସାହାଯ୍ୟ କରିବାକୁ ଚାହେଁ ଯେଉଁମାନେ ପ୍ରରିଶ୍ରମ କରିବାକୁ ଚାହାନ୍ତି।

