Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨ ବର୍ଷ ପରେ ମିଡିଆ ଆଗକୁ ଆସିବେ ଶେଖ ହସିନା, ସେପଟେ ବାଂଲାଦେଶ ଦେଲା ଭାରତକୁ ଚେତାବନୀ

୨ ବର୍ଷ ପରେ ମିଡିଆ ଆଗକୁ ଆସିବେ ଶେଖ ହସିନା, ସେପଟେ ବାଂଲାଦେଶ ଦେଲା ଭାରତକୁ ଚେତାବନୀ

ନୂଆଦିଲ୍ଲୀ,୪।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପୁଣିଥରେ ଚର୍ଚ୍ଚାରେ। ଏବେ ଶେଖ୍ ହାସିନା ଖୁବ୍ ଶୀଘ୍ର ମିଡିଆ ପ୍ରଶ୍ନ ଉତ୍ତରର ଲାଇଭ ଉତ୍ତର ରଖିବେ। ଏହା ୨ ବର୍ଷରେ ପ୍ରଥମ ଥର ଯେତେବେଳେ ଶେଖ୍ ହସିନା ପ୍ରେସ୍ କନଫ୍ରେନ୍ସ କରିବେ। ଏହି ଖବର ଆସିବା ମାତ୍ରେ ରାଜନୀତି ଦୁନିଆରେ ଚର୍ଚ୍ଚା ବଢିଛି। ଶେଖ ହାସିନା ଅଗଷ୍ଟ ୨୦୨୪ ରେ ହୋଇଥିବା ହିଂସ୍ରକ ବିରୋଧ ପରେ ବାଂଲାଦେଶ ଛାଡି ଭାରତ ଆସିଯାଇଥିଲେ।

ସେବେଠାରୁ ହସିନା ଲିଖିତ ବୟାନ ଜାରି କରିଛନ୍ତି। କିନ୍ତୁ ସେ କେବେ ସାମନାକୁ ଆସିନାହାନ୍ତି। ଏବେ ମିଡିଆ ସହ ଲାଇଭ ଆଲୋଚନାର ଖବର ସାମନାକୁ ଆସିବା ପରେ ଏହି ପ୍ରଶ୍ନ ଉଠୁଛି ଯେ, କ'ଣ ଶେଖ ହାସିନା ନିଜେ କ୍ୟାମେରା ଆଗକୁ ଆସିବେ ?

ମିଳିଥିବା ସୂଚନା ଅନୁସାରେ, ହସିନା ଆଗାମୀ ୫ ଅଗଷ୍ଟ, ଅର୍ଥାତ ବୁଧବାର ଅନ୍ତର୍ଜାତୀୟ ମିଡିଆକୁ ସମ୍ବୋଧିତ କରିବେ। ତେବେ ଏହି ସମୟରେ ହସିନା ଦେଖିବାକୁ ମିଳିବେନି। ସୁରକ୍ଷା ଓ ଗୋପନୀୟତା ପାଇଁ ସେ କ୍ୟାମେରା ଆଗକୁ ଆସିବେନି। କେବଳ ଅଡିଓ ଲିଙ୍କ ରିପୋର୍ଟରେ କୁହାଯାଇଛି ଯେ, ହସିନା ଭାରତର କୌଣସି ଗୁପ୍ତ ସ୍ଥାନରୁ ଅଡିଓ ଲିଙ୍କ ଜରିଆରେ ଲାଇଭ ଯୋଡି ହେବେ। ଏହା ପୂର୍ବରୁ ତାଙ୍କର ଲିଖିତ କିମ୍ବା ରେକର୍ଡିଂ ବଜାୟ ଜାରି ହେଉଥିଲା।

ସମ୍ବୋଧନରେ କ'ଣ ରହିବ ଖାସ୍ ?

ଏହି କାର୍ଯ୍ୟକ୍ରମକୁ 'ଫରେନ୍ କରସପଣ୍ଡେଣ୍ଟ କ୍ଳବ' ଅଫ୍ ସାଉଥ ଏସିଆ ଆୟୋଜିତ କରୁଛି। ସୁତ୍ର ଅନୁସାରେ, କାର୍ଯ୍ୟକ୍ରମରେ ହସିନା ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ବାଂଲାଦେଶ ଫେରିବା ପାଇଁ ନିଜରୀ ଯୋଜନା ଓ ରଣନୀତିର ଖୁଲାସା କରିପାରେ। ସେଭଳି ହସିନା ବାଂଲାଦେଶରେ ନିଜ ବିରୋଧରେ ରୁଜୁ ମାମଲା ଓ ସେଠାର ଟ୍ରିବ୍ୟୁନାଲ ଦ୍ବାରା ଶୁଣାଯାଇଥିବା ନିଷ୍ପତ୍ତି ବିଷୟରେ ଜବାବ ଦେବେ। ଏହି ପ୍ରେସ କନଫ୍ରେନ୍ସରେ ତାଙ୍କ ପୁଅ ସଞ୍ଜୀବ ଭାଜେଦ ଓ ପୂର୍ବତନ ଶିକ୍ଷାମନ୍ତ୍ରୀ ମୋହିବୁଲ ଚୌଧୁରୀ ନାଫେଲ ମଧ୍ୟ ଉପସ୍ଥିତ ରହିବାର ଆଶା ରହିଛି।

ଭାରତକୁ ବାଂଲାଦେଶର ଚେତାବନୀ

ହସିନା ପ୍ରେସ୍ କନଫ୍ରେନ୍ସ କରିବା ନେଇ ଖବର ଜଣାପଡିବା ପରେ ବାଂଲାଦେଶ ଭାରତକୁ ଚେତାବନୀ ଦେଇଛି। ବାଂଲାଦେଶ କହିଛି ହସିନାଙ୍କୁ ସାର୍ବଜନୀନ ବୟାନ ଦେବଠାରୁ ରୋକା ଯାଉ। ଏଭଳି ଗତିବିଧି ଦୁଇ ଦେଶ ଭିତରେ ଥିବା ଭଲ ସମ୍ପର୍କକୁ ପ୍ରଭାବିତ କରିପାରେ। ବାଂଲାଦେଶର ବୈଦେଶିକ ମାମଲାର ପରାମର୍ଶଦାତା ହୁମାୟୁ କବିର କହିଛନ୍ତି, ବାଂଲାଦେଶକୁ ଆଶା ରହିଛି ଭାରତ ଏହାକୁ ପାଳନ କରିବ। ହସିନା ଓ ତାଙ୍କ ସହ ଯୋଡି ହୋଇଥିବା ଲୋକ କିମ୍ବା ଆବାମୀ ଲିଗ୍ ଭଳି କଟକଣା ଲଗାଯାଇଥିବା ସଂଗଠନ ଭାରତୀୟ କ୍ଷେତ୍ରକୁ ରାଜନୈତିକ ବୟାନବାଜି ପାଇଁ ବ୍ୟବହାର ନକରୁ। ଏଭଳି କଲେ ବାଂଲାଦେଶରେ ଅସ୍ଥିରତା ସୃଷ୍ଟି ହୋଇପାରେ। ଶେଖ ହସିନା ୫ ଅଗଷ୍ଟ ୨୦୨୪ ରୁ ଭାରତରେ ଅଛନ୍ତି। ଢାକାରେ ଛାତ୍ରମାନଙ୍କ ନେତୃତ୍ୱରେ ହୋଇଥିବା ପ୍ରତିବାଦ ପରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ଏବଂ ଭାରତରେ ଆଶ୍ରୟ ନେଇଥିଲେ। ବାଂଲାଦେଶ ବାରମ୍ବାର ତାଙ୍କର ପ୍ରତ୍ୟର୍ପଣ ପାଇଁ ଦାବି କରିଆସୁଛି। ଏଭଳି ସ୍ଥିତିରେ ହସିନାଙ୍କ ପ୍ରେସ୍ କନଫ୍ରେନ୍ସକୁ ନେଇ ଚିନ୍ତାରେ ପଡିଛି ବାଂଲାଦେଶ।

ଆହୁରି ପଢନ୍ତୁ : Udhayanidhi Stalin: ଚେନ୍ନାଇରେ ହଲଚଲ...ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଅଟକ, ସିଏମ୍ ବିଜୟଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia