Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
4 Lane Highway Chip: ଆଖି ପିଛୁଳାକେ ଡାଉନଲୋଡ୍ ହେବ 4K ମୁଭି ! ଚୀନ୍‌ର ଫଟୋନିକ୍ ଚିପ୍ ଭାଙ୍ଗିଲା ସ୍ପିଡ୍‌ର ସବୁ ରେକର୍ଡ

4 Lane Highway Chip: ଆଖି ପିଛୁଳାକେ ଡାଉନଲୋଡ୍ ହେବ 4K ମୁଭି ! ଚୀନ୍‌ର ଫଟୋନିକ୍ ଚିପ୍ ଭାଙ୍ଗିଲା ସ୍ପିଡ୍‌ର ସବୁ ରେକର୍ଡ

ନୂଆଦିଲ୍ଲୀ, ୩।୮: ତ୍ରୁଟିହୀନ ଡାଟା ଟ୍ରାନ୍ସଫର ଏବଂ ସ୍ମାର୍ଟଫୋନ୍ ଗରମ ହେବା ସମସ୍ୟାରୁ ମିଳିବ ମୁକ୍ତି ! ଚୀନର ଗବେଷକମାନେ ଏକ ଏପରି ଯୁଗାନ୍ତକାରୀ '୪-ଲେନ୍ ହାଇୱେ' ଚିପ୍ ବିକଶିତ କରିଛନ୍ତି, ଯାହା ବିଜୁଳି ବଦଳରେ ସମ୍ପୂର୍ଣ୍ଣ ଭାବେ ଆଲୋକ ସାହାଯ୍ୟରେ କାମ କରିବ । ଏହି ବୈପ୍ଳବିକ ପ୍ରଯୁକ୍ତିବିଦ୍ୟା ଯୋଗୁଁ ଆଗାମୀ ଦିନରେ ବିନା କୌଣସି ବାଧା ଏବଂ ଉତ୍ତାପରେ ବିଶ୍ୱର ସର୍ବାଧିକ ସ୍ପିଡ୍‌ରେ ଡାଟା ପ୍ରସାରିତ ହୋଇପାରିବ ।

ପ୍ରସିଦ୍ଧ ବିଜ୍ଞାନ ପତ୍ରିକା 'ନେଚର' ରେ ପ୍ରକାଶିତ ଏହି ରିପୋର୍ଟ ଅନୁସାରେ, ଏହି ଟେକ୍ନୋଲୋଜି ବାସ୍ତବରେ ରୂପାନ୍ତରିତ ହେଲେ 4K ଏବଂ 8K ଭଳି ବଡ଼ ବଡ଼ ସିନେମା କେଇ ସେକେଣ୍ଡରେ ଡାଉନଲୋଡ୍ ହୋଇଯିବ ।

ବର୍ତ୍ତମାନ ବ୍ୟବହୃତ ହେଉଥିବା କମ୍ପ୍ୟୁଟର ଓ ସ୍ମାର୍ଟଫୋନଗୁଡ଼ିକରେ ତମ୍ବା ତାର ମାଧ୍ୟମରେ ବିଜୁଳି ଆକାରରେ ଡାଟା ପ୍ରବାହିତ ହୋଇଥାଏ । ଏହାର ଦୁଇଟି ବଡ଼ ଦୁର୍ବଳତା ରହିଛି:

ଅତ୍ୟଧିକ ଉତ୍ତାପ: ବିଜୁଳି ପ୍ରବାହ ଯୋଗୁଁ ଗ୍ୟାଜେଟ୍ ଏବଂ ଏହାର ଚିପ୍ସ ଶୀଘ୍ର ଗରମ ହୋଇଯାଏ ।

ସୀମିତ ସ୍ପିଡ୍: ଏକ ନିର୍ଦ୍ଦିଷ୍ଟ ସୀମା ପରେ ବିଜୁଳି ମାଧ୍ୟମରେ ଡାଟା ସ୍ପିଡ୍ ବଢ଼ାଇବା ସମ୍ଭବ ହୋଇନଥାଏ ।

ଆଲୋକ ମାଧ୍ୟମରେ ଚାଲୁଥିବା ଚିପ୍‌କୁ 'ଫୋଟୋନିକ୍ ଚିପ୍' କୁହାଯାଏ । ଏହା ପୂର୍ବରୁ ମଧ୍ୟ ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ସେଥିରେ ଆଲୋକ କେବଳ ଚିପ୍‌ର ବାହାର ପାର୍ଶ୍ୱରେ ପ୍ରବାହିତ ହୋଇପାରୁଥିଲା । ଫଳରେ ଚିପ୍‌ର ମଝି ଭାଗର ପ୍ରାୟ ୯୦ ପ୍ରତିଶତ ଅଂଶ ଅବ୍ୟବହୃତ ହୋଇ ପଡ଼ିରହୁଥିଲା ।

ଏହା ବି ପଢ଼ନ୍ତୁ... ​​​​​​​UPI Payment: UPI ପେମେଣ୍ଟରେ ବଡ଼ ପରିବର୍ତ୍ତନ, ଟଙ୍କା ପଠାଇବା ପୂର୍ବରୁ ବ୍ୟାଙ୍କ ପଚାରିବ ଏହି ପ୍ରଶ୍ନ !

ଚିପ୍‌ଟିକୁ ଏପରି ଭାବେ ଡିଜାଇନ୍ କରାଯାଇଛି ଯେ, ଏହା ଏକାସାଙ୍ଗରେ ୪-ଲେନ୍ ବିଶିଷ୍ଟ ହାଇୱେ ଭଳି କାର୍ଯ୍ୟ କରୁଛି । ଏଥିରେ ୪ଟି ଭିନ୍ନ ଭିନ୍ନ ଲାଇଟ୍ ସିଗ୍ନାଲ୍ ଗୋଟିଏ ସମୟରେ, ପାଖାପାଖି ହୋଇ ତୀବ୍ର ଗତିରେ ଗତି କରିପାରୁଛନ୍ତି । ଚିପ୍‌ର ଖାଲି ସ୍ଥାନରେ ତୀକ୍ଷ୍ଣ ଓ ସଂକୀର୍ଣ୍ଣ ମୋଡ଼ ଥିଲେ ସୁଦ୍ଧା ଆଲୋକ ବିନା କୌଣସି ବାଧାରେ ପ୍ରସାରିତ ହୋଇପାରୁଛି । ଏହି ନୂତନ ଫୋଟୋନିକ୍ ଚିପ୍ ପ୍ରଯୁକ୍ତିବିଦ୍ୟା ବିଶ୍ୱର ଡାଟା ଟ୍ରାନ୍ସଫର କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ । ସ୍ମାର୍ଟଫୋନରେ ଲାଇଟ୍-ଭିତ୍ତିକ ଚିପ୍ସ ବ୍ୟବହୃତ ହେବା ଦ୍ୱାରା ହିଟିଂ ଇସ୍ୟୁ ସମ୍ପୂର୍ଣ୍ଣ ଶେଷ ହୋଇଯିବ । ଚାଟ୍ ଜିପିଟି ଭଳି ଏଆଇ ଟୁଲ୍‌ଗୁଡ଼ିକ ଆହୁରି ଦ୍ରୁତ ଗତିରେ ଉତ୍ତର ଦେବାକୁ ସକ୍ଷମ ହେବେ । ବଡ଼ ବଡ଼ ଡାଟା ସେଣ୍ଟରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ଯଥେଷ୍ଟ କମିଯିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia