ଗୌହାଟୀ : ଆଇପିଏଲ ୨୦୨୬ର ୧୩ତମ ମୁକାବିଲା ମୁମ୍ୱାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେଉଛି। ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହେବାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ଏହାପରେ ଟସ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୁମ୍ୱାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ।
ଉକ୍ତ ମ୍ୟାଚ୍ ବାରସାପାରା ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ଉକ୍ତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୧୫୧ ରନର ଟାର୍ଗେଟ୍ ଦେଇଛି। ବର୍ଷା ଯୋଗୁଁ ନିର୍ଦ୍ଧାରିତ ୨୦ ଓଭର ବଦଳରେ ୧୧ ଓଭରର ଖେଳ କରାଯାଇ ଥିଲା। ରାଜସ୍ଥାନ ୧୧ ଓଭରରେ ୩ ୱିକେଟ୍ ହରାଇ ୧୫୦ ରନ କରିଛି।
କହି ରଖୁଛୁ ଯେ, ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସୋମବାର କେକେଆର ଓ ପଞ୍ଜାବର ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା।
ମୁମ୍ବାଇ(ପ୍ଲେଇଂ ଇଲେଭେନ) : ରୋହିତ ଶର୍ମା, ରୟାନ ରିକେଲଟନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ସେରଫାନ ରଦରଫୋର୍ଡ, ମିଚେଲ ସାଣ୍ଟନର, ସର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମୟଙ୍କ ମାର୍କଣ୍ଡେ, ଟ୍ରେଣ୍ଟ ବୋଲ୍ଟ ।
ରାଜସ୍ଥାନ(ପ୍ଲେଇଂ ଇଲେଭେନ) : ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ, ଧ୍ରୁବ ଜୁରେଲ, ରିୟାନ ପରାଗ, ସିମରନ ହେତମାୟର, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ନାନ୍ଦ୍ରେ ବର୍ଗର, ସନ୍ଦିପ ଶର୍ମା, ରବି ବିଷ୍ଣୋଇ, ବ୍ରିଜେଶ ଶର୍ମା ।

