Sunday, 24 Jan, 12.01 pm ପ୍ରମେୟ

ହୋମ
ଆଜି ବେଙ୍ଗାଲୁରୁ-ଓଡ଼ିଶା ମଧ୍ୟରେ ମୁକାବିଲା, ଘରୋଇ ଦଳକୁ କଡ଼ା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି ଓଏଫ୍‌ସି

ଭୁବନେଶ୍ୱର, ୨୪/୦୧: ଆଜି ଚଳିତ ଆଇଏସ୍‌ଏଲ୍‌-୭ରେ ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଗତ ଡିସେମ୍ବର ମାସ ୧୭ ତାରିଖରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ରେ ବେଙ୍ଗାଲୁରୁ ୨-୧ ଗୋଲରେ ବିଜୟୀ ହୋଇଥିଲା ।

ଚଳିତ ସିଜନରେ ଓଡ଼ିଶା ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ପାରି ନାହିଁ । ୧୨ଟି ମ୍ୟାଚ୍‌ ଖେଳି ମାତ୍ର ୭ ପଏଣ୍ଟ ପାଇଛି। ସିଜନରେ ଆଉ ୮ଟି ମ୍ୟାଚ୍‌ ଖେଳାଯିବାକୁ ବାକି ରହିଛି । ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ହେଲେ ଦଳରୁ କ୍ରମାନ୍ୱୟରେ ମ୍ୟାଚ୍‌ ଜିତିବାକୁ ପଡ଼ିବ । କିନ୍ତୁ ଦଳ ଏ ପର୍ଯ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି ।

ବେଙ୍ଗାଲୁରୁ ଏକ ଶକ୍ତିଶାଳୀ ଦଳ । ମାତ୍ର ପୂର୍ବ ସିଜନ ଅପେକ୍ଷା ଏଥର ଦଳର ପ୍ରଦର୍ଶନ ଅତି ଖରାପ ରହିଛି । ୧୨ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ଓ ୪ଟି ଡ୍ର' ରଖି ୧୩ ପଏଣ୍ଟ ସହ ତାଲିକାରେ ସପ୍ତମ ସ୍ଥାନରେ ରହିଛି । ଦଳ ଶ୍ରେଷ୍ଠ ୪ ଦଳ ମଧ୍ୟରେ ରହିବାକୁ ହେଲେ ଆଜିର ମ୍ୟାଚ୍‌ରେ ବିଜୟୀ ହେବାକୁ ପଡ଼ିବ । ତେଣୁ ଓଡ଼ିଶା ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ସହ ବେଙ୍ଗାଲୁରୁ ମ୍ୟାଚ୍‌ ଜିତିବା ନେଇ ପ୍ରସ୍ତୁତି ଶେଷ କରିଛି । ଓଡ଼ିଶା ମଧ୍ୟ ଘରୋଇ ଦଳକୁ କଡ଼ା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top