Wednesday, 05 Aug, 8.06 am ପ୍ରମେୟ

ହୋମ
ଆଜିର ରାଶିଫଳ (୫/୮ ବୁଧବାର)

ମେଷ - ତର୍କରେ ପାରଦର୍ଶିତା ଲାଭ କରିବେ । ଉଦ୍ୟୋଗୀ ହେବା ସହ ସେବା-ପୂଜାରେ ନିୟୋଜିତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ବୃଷ - ଜଟିଳ ସମସ୍ୟାର ନିଷ୍ପତ୍ତି ନେବାରେ ସକ୍ଷମ ହେବେ । ଧନ ପ୍ରାପ୍ତିର ସୂଚନା ମିଳୁଛି । ସ୍ୱାଭିମାନୀ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ମିଥୁନ - ବନ୍ଧୁ ମିଳନ କଟିବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

କର୍କଟ - କଠିନ ସମୟ, ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡିବ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ସିଂହ - କର୍ମ ଚଞ୍ଚଳ ରହିବେ । କନ୍ୟା ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନ ଲାଭର ସୁଯୋଗ ଅଛି । ବିଭିନ୍ନ ଦିଗରୁ ଅର୍ଥ ଆସିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

କନ୍ୟା - ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶୀଳ ହେବେ । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । କୃଷିକର୍ମକାରୀ ହେବେ । ବୁଦ୍ଧିମାନ୍ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ତୁଳା - ଉଚ୍ଚ ଆଶା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ମେଳାପୀ ପ୍ରକୃତିର ଓ ସାହସୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ବିଛା - ଆର୍ଶିବାଦ ମିଳିବ । ଭାଗ୍ୟଶାଳୀ ହେବେ । ଆଶାବାଦୀ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ଉଦାର ବିଦ୍ୟା ପ୍ରେମୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ଧନୁ - ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହୋଇପାରେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମୋକଦ୍ଦମାରେ ବିଜୟୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ମକର - ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ସୁଖ,ସମ୍ମାନ ଲାଭ କରିପାରନ୍ତି । କର୍ମ ଚଞ୍ଚଳ ରହିବେ । ଏକାନ୍ତ ପ୍ରିୟ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

କୁମ୍ଭ - ପ୍ରତ୍ୟେକ କାର୍ଯ୍ୟ ଫଳଦାୟକ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । କର୍ମ ଚଞ୍ଚଳ ରହିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ମୀନ - କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କ଼ୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top