ଭୁବନେଶ୍ବର,୭।୪ : ସ୍ଥଗିତ ରହିଲା ଡାକ୍ତର ଆନ୍ଦୋଳନ। ଆଜି ଠୁ କାର୍ଯ୍ୟରେ ଯୋଗ ଦେବେ ଆନ୍ଦୋଳନରତ ଡାକ୍ତର । ସଂଘ ସହ ଆଲୋଚନା ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ଦାବି ପୂରଣ ନେଇ ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିବାକୁ ସଂଘ ନିଷ୍ପତ୍ତି ନେଇଛି ଦାବି ପୂରଣ ଦିଗରେ କାର୍ଯ କରିବାକୁ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି।
କମିଟିରେ ସ୍ୱାସ୍ଥ୍ୟ ବିଭାଗ ସଚିବ, ଆଇନ ବିଭାଗ ସଚିବ,ସାଧାରଣ ପ୍ରଶାସନ ବିଭାଗ ସଚିବ ସଦସ୍ୟ ରହିଛନ୍ତି। ଜୁଲାଇ ୨୨ ତାରିଖରେ ଏହି କମିଟିର ପ୍ରଥମ ବୈଠକ ବସିବ। ସେହି କମିଟି ଆଗରେ OMSA ସେମାନଙ୍କ ଦାବି ଉପସ୍ଥାପନ କରିବେ। ଦାବି ପୂରଣ ନେଇ ସରକାର ସକାରାତ୍ମକ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

