Dailyhunt
ଆରସିବି ୧୫୫ରେ ଅଲଆଉଟ୍, ଗୁଜୁରାଟକୁ ୧୫୬ରନର ଟାର୍ଗେଟ

ଆରସିବି ୧୫୫ରେ ଅଲଆଉଟ୍, ଗୁଜୁରାଟକୁ ୧୫୬ରନର ଟାର୍ଗେଟ

ମୁମ୍ବାଇ,୩୦/୪ : ଗୁଜୁରାଟ ଟାଇଟନ୍ସକୁ ୧୫୬ରନର ଟାର୍ଗେଟ । ଆରସିବି ପ୍ରଥମେ ବ୍ୟାଟିଂ କରି ୧୯.୨ବଲରେ ୧୫୫ରନ୍ କରି ଅଲଆଉଟ୍ ହୋଇଯାଇଛି । ଗୁଜୁରାଟ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଜିର ମ୍ୟାଚ୍ ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି ।

ଆରସିବି ପକ୍ଷରୁ ଦେବିଦତ୍ତ ପାଡ଼ିକଲ ୪୦(୨୪)ରନର ପାଳି ଖେଳିଛନ୍ତି ।

ସେହିଭଳି ଜାକବ ବେଥେଲ ୫(୫), ବିରାଟ କୋହଲୀ୨୮(୧୩), ରଜତ ପଟ୍ଟିଦାର ୧୯(୧୫), ଜିତେଶ ଶର୍ମା ୧(୩), ଟିମ୍ ଡାଭିଡ୍ ୯(୬), କୃଣାଲ ପାଣ୍ଡ୍ୟା ୪(୪), ରୋମାରିଓ ସେଫେଡ଼ ୧୭(୧୫), ଭେଙ୍କଟେଶ ଲେୟର ୧୨(୧୫), ଭୁବନେଶ୍ବର କୁମାର ୧୫*(୧୫), ଜୋଶ୍ ହାଜେଲଉଡ଼ ୦(୧) ।

ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଅର୍ସଦ ଖାନ ସର୍ବାଧିକ ୩ ଓ୍ବିକେଟ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜଶନ ହୋଲଡର ଓ ରସିଦ ଖାନ୍ ଦୁଇଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସେହିଭଳି ମହମ୍ମଦ ସିରାଜ ଏବଂ କାଜିଶୋ ରବଡା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ପ୍ରକାଶ ଯେ, ଗତ ୨୪ତାରିଖରେ ଉଭୟ ଦଳ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ପରସ୍ପରକୁ ଭେଟିଥିଲେ । ବେଙ୍ଗାଲୁରୁ ୫ ୱିକେଟରେ ଉକ୍ତ ମ୍ୟାଚ ଜିତିଥିଲା । ଉକ୍ତ ମ୍ୟାଚରେ ସାଇ ସୁଦର୍ଶନ ଶତକ ଅର୍ଜନ କରିଥିଲେ ହେଁ ଜବାବରେ ବିରାଟ କୋହଲି ଓ ଦେବଦତ୍ତ ପାଡ଼ିକଲ ବିସ୍ଫୋରକ ବ୍ୟାଟିଂ କରି ଗୁଜରାଟଠାରୁ ବିଜୟ ଛଡ଼ାଇ ନେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia