Dailyhunt
ଆରତୀଙ୍କ ଅକୁହା କଥା : ଘରୋଇ ସହାୟକ କବଳରୁ ବଞ୍ଚିବା ପାଇଁ ଛାତରୁ ଡେଇଁଥିଲି

ଆରତୀଙ୍କ ଅକୁହା କଥା : ଘରୋଇ ସହାୟକ କବଳରୁ ବଞ୍ଚିବା ପାଇଁ ଛାତରୁ ଡେଇଁଥିଲି

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଭାଣିଜୀ ତଥା ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ଆରତୀ ସିଂହ ଏକ ଖୁଲାସା କରିଛନ୍ତି । ସେ ଏକ ଇଣ୍ଟରଭିୟ୍ୟୁରେ ତାଙ୍କ ସହ ଘଟିଥିବା ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦୁଷ୍କର୍ମ ହେବାରୁ ରକ୍ଷା ପାଇବା ପାଇଁ କିଭଳି ଭାବେ ଛାତରୁ ଡେଇଁ ପଡ଼ିଥିଲେ ସେ ସମ୍ପର୍କରେ କହିଛନ୍ତି ।

ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ନିଜର ଶାନ୍ତ ସ୍ବଭାବ ଏବଂ ଗୁଜବରୁ ଦୂରରେ ରହୁଥିବା ଆରତୀ ନିଜ ପିଲା ଦିନର କାହାଣୀ ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି କି, ମୁଁ ଯେତେବେଳେ ୧୨-୧୩ ବର୍ଷର ହୋଇଥିଲି ସେତେବେଳର ଏକ ଘଟଣା ଯାହାକି କେବେ ମଧ୍ୟ ଭୁଲି ପାରୁନି । ମୋତେ ଆମ ଘରୋଇ ସହାୟକ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ମାଆ ବଗିଚାରେ ଥିବାବେଳେ ମୁଁ ଏକା ଘରେ ଶୋଇଥିଲି । ଯାହାର ଫାଇଦା ଉଠାଇବା ପାଇଁ ସେ ଚେଷ୍ଟା କରିଥିଲେ । ମୁଁ ତାଙ୍କୁ ନେହୁରା ହୋଇ ତୁମେ ମୋ ଭାଇ ବୋଲି କହିଥିଲି । ତଥାପି ସେ ଶୁଣିନଥିଲେ ।

ନିଜକୁ ଦୁଷ୍କର୍ମ ହେବାରୁ ରକ୍ଷା କରିବା ପାଇଁ ମୋ ପାଖରେ ଗୋଟିଏ ରାସ୍ତା ଥିଲା ଛାତ ଉପରୁ ଡେଇଁ ପଡ଼ିବା । ମୁଁ ଦୁଇ ତାଲା ଉପରୁ ସିଧା ତଳକୁ ଡେଇଁ ପଡ଼ିଥିଲି । ଭଗବାନଙ୍କ ଦୟାରୁ ମୁଁ ବଞ୍ଚି ଯାଇଛି । କିନ୍ତୁ ଆଜି ମଧ୍ୟ ସେ ଘଟଣା ମୋ ଆଖି ଆଗରେ ନାଚି ଉଠୁଛି ବୋଲି ଆରତୀ କହିଛନ୍ତି । ତେବେ ଆରତୀଙ୍କ ଏହି ସାହସିକତା କଥା ଯେକେହି ବି ଶୁଣୁଛି ପ୍ରଂଶସା ନକରି ରହିପାରୁନି । ବିଗ୍ ବସ୍ ୧୩ରେ ଭାଗ ନେଇଥିବାବେଳେ ଆରତୀ ଏସମ୍ପର୍କରେ ପ୍ରକାଶ କରିଥିଲେ ।

ଏହାସହ ପଢ଼ନ୍ତୁ : ପାକିସ୍ତାନରୁ ଆସିଥିବା ସୀମା ହାଇଦର ଷଷ୍ଠ ସନ୍ତାନର ନାଁ ଦେଲେ ଭାରତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia