Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Abhijeet Dipke : ଅଭିଜିତ୍ ଦୀପକେଙ୍କ ବାପା କେମିତି ସଂଗ୍ରହ କଲେ ଆମେରିକାରେ ପାଠପଢା ଖର୍ଚ୍ଚ, ଯାଞ୍ଚ ଦାବି କଲେ RTI କର୍ମୀ

Abhijeet Dipke : ଅଭିଜିତ୍ ଦୀପକେଙ୍କ ବାପା କେମିତି ସଂଗ୍ରହ କଲେ ଆମେରିକାରେ ପାଠପଢା ଖର୍ଚ୍ଚ, ଯାଞ୍ଚ ଦାବି କଲେ RTI କର୍ମୀ

ନୂଆଦିଲ୍ଲୀ : କକ୍ରୋଚ ଜନତା ପାର୍ଟି(ସିଜେପି)ର ଫାଉଣ୍ଡର ଅଭିଜିତ ଦୀପକେ ଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନ ପରେ ସାରାଦେଶରେ ଚର୍ଚ୍ଚାରେ ରହିଛନ୍ତି। ସେ ମୂଳତଃ ମହାରାଷ୍ଟ୍ରର ବାସିନ୍ଦା ଏବଂ ତାଙ୍କ ବାପା ଭଗବାନରାଓ ଦୀପକେ ମହାରାଷ୍ଟ୍ର ସରକାରଙ୍କ ଜଣେ ଅବସରପ୍ରାପ୍ତ କର୍ମଚାରୀ। ଅଭିଜୀତ ଦୀପକେଙ୍କର ପାଠପଢା ଆମେରିକାରେ ହୋଇଛି।

ଏହି ସ୍ଥିତିରେ ଗୁଜରାଟର ସୁରତ ସହରରେ ଜଣେ ଆରଟିଆଇ କର୍ମୀ ଅମିତ ତିୱାରୀ ଅଭିଜୀତ ଦୀପକେଙ୍କ ପରିବାରର ଆର୍ଥିକ ସ୍ଥିତି ଓ ପାର୍ଟି ନାମରେ ମିଳୁଥିବା ପାଣ୍ଠିର ଯାଞ୍ଚ ଦାବି କରିଛନ୍ତି। ଯାହାକୁ ନେଇ ଆରଟିଆଇ ଦାଖଲ କରାଯାଇଛି। ଅମିତ ତିୱାରୀ ଏହି ସମ୍ୱନ୍ଧରେ ଭାରତ ନିର୍ବାଚନ କମିଶନ (ଇସିଆଇ) ଓ କେନ୍ଦ୍ରୀୟ ସାମଗ୍ରୀ ଏବଂ ସେବା କର (ସିଜିଏସଟି)ବିଭାଗକୁ ଆନୁଷ୍ଠାନିକ ଭାବେ ଚିଠି ଦେଇଛନ୍ତି।

ଅଭିଜିତେ ଦୀପକେଙ୍କ ବାପା କେମିତି ବହନ କଲେ ଖର୍ଚ୍ଚ -

ଆରଟିଆଇ କାର୍ଯ୍ୟକର୍ତ୍ତା ଅମିତ ତିୱାରୀଙ୍କ ମୁତାବିକ , ଅଭିଜିତ ଦୀପକେଙ୍କ ବାପା ଭଗବାନରାଓ ଦୀପକେ ମହାରାଷ୍ଚ୍ର ସରକାରଙ୍କର ଜଣେ ଅବସରପ୍ରାପ୍ତ କର୍ମଚାରୀ। ଏହି କ୍ରମରେ ପ୍ରଶ୍ନ ଉଠେ ଯେ, ଜଣେ ସରକାରୀ ଚାକିରିରୁ ଅବସର ନେଇଥିବା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଏମିତି କେତେ ଥିଲା ଯେ, ସେ ନିଜ ପୁଅର ଉଚ୍ଚ ଶିକ୍ଷା ପାଇଁ ବିଦେଶ ପଠାଇ ପାରିଲେ, ଆମେରିକା ଭଳି ଦେଶରେ ତାଙ୍କର ପାଠପଢା ଖର୍ଚ୍ଚ କେମିତି ବହନ କଲେ। ସେ ନିର୍ବାଚନ ଆୟୋଗ ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକୁ ଏହି ଆର୍ଥିକ ପୃଷ୍ଠଭୂମିର ଗଭୀର ଯାଞ୍ଚ କରାଇବାକୁ ଦାବି କରିଛନ୍ତି।

ରେଜିଷ୍ଟର୍ଡ ଅଛି କି କକ୍ରୋଚ ଜନତା ପାର୍ଟି-

ଏହା ବ୍ୟତୀତ ଅମିତ ୱିୱାରୀଙ୍କ କହିବାନୁସାରେ , କକ୍ରୋଚ ଜନତା ପାର୍ଟି ଏକ ଅଣ-ପଞ୍ଜୀକୃତ ସଙ୍ଗଠନ, ତଥାପି ଏହା ଏକ ରାଜନୀତିକ ଦଳ ଭାବେ କାମ କରୁଛି। ଯଦି ଏହି ସଙ୍ଗଠନକୁ ଆଇନଗତ ପାଣ୍ଠି ଭାବରେ ୧ କୋଟି ଟଙ୍କା ବିପୁଳ ପରିମାଣର ସହାୟତା ଘୋଷଣା କରାଯାଇଛି, ତେବେ ନିର୍ବାଚନ କମିଶନ ସ୍ପଷ୍ଟ କରିବା ଉଚିତ ଯେ ଦଳଟି ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୧ ର ଧାରା ୨୯ ଏ ଅନୁଯାୟୀ ବିଧିବଦ୍ଧ ଭାବରେ ପଞ୍ଜିକୃତ କି ନାହିଁ।

ପ୍ରକୃତ କଥା ହେଲା ଏହି ପୂରା ବିବାଦ ସେତେବେଳେ ଆରମ୍ଭ ହୋଇ ଥିଲା, ଯେତେବେଳେ ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ କପିଲ ସିବ୍ବଲ, ସୋମବାର ନିଟ୍ ପେପର ଲିକର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଗିରଫ କରାଯାଇ ଥିବା କକ୍ରୋଚ୍ ଜନତା ପାର୍ଟି ସହ ଜଡ଼ିତ ପ୍ରଦର୍ଶନକାରୀଙ୍କୁ ଆଇନଗତ ସହାୟତା ଯୋଗାଇବା ପାଇଁ ଏକ କୋଟି ଟଙ୍କାର ପାଣ୍ଠି ଘୋଷଣା କରି ଥିଲେ।

ଆହୁରି ମଧ୍ୟ ପଢନ୍ତୁ - କୁମ୍ଭୀରକୁ କାନ୍ଧରେ ପକାଇ ଥାନାକୁ ଗଲେ ଚାଷୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

ଏବେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଏହି ନୂଆ ଦାବି ପରେ ଏହି ପୂରା ରାଜନୀତିକ ଚାନ୍ଦା ଓ ସିଜେପିର ବୈଧତା ଉପରେ ପ୍ରଶ୍ନ ଉଠିଛି, ଯାହା ଉପରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ମତକୁ ଅପେକ୍ଷା କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia