କୋଲାକାତା : ପଶ୍ଚିମବଙ୍ଗର ସୋନାରପୁରରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ । ଅଭିଷେକ ଜଣେ କର୍ମୀଙ୍କ ଘରକୁ ଯାଇଥିବା ସମୟରେ ଏଭଳି ଘଟିଥିବା କୁହାଯାଉଛି । ତେବେ ତାଙ୍କୁ ବିରୋଧ କରିବା ସହ ନାରାବାଜି ଦେଇଥିଲେ । ଏହାସହ ଅଭିଷେକଙ୍କ ଉପରକୁ ଅଣ୍ଡା ମାରିବା ସହ ପୋଷାକ ଚିରି ଦେଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ସୁରକ୍ଷାକର୍ମୀ ଏବଂ ପୁଲିସ ଅଭିଷେକଙ୍କୁ ହେଲମେଟ୍ ପିନ୍ଧାଇ ଘଟଣାସ୍ଥଳରୁ ଉଦ୍ଧାର କରିଥିଲା ।
#WATCH | सोनारपुर, पश्चिम बंगाल: TMC MP अभिषेक बनर्जी पर उस समय स्थानीय लोगों ने हमला किया, जब वे चुनाव के बाद पीड़ितों के परिवारों से मिलने सोनारपुर गए थे। pic.twitter.com/FQHsUeg0hC
ସେପଟେ ଏହି ଆକ୍ରମଣ ପରେ ଅଭିଷେକ ଅଭିଯୋଗ କରିଛନ୍ତି କି, ବିଜେପି କର୍ମୀମାନେ ଜାରିଶୁଣି ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ବିଜେପି କର୍ମୀମାନେ ଚୋର ଚୋର କହି ନାରାବାଜି କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଅଭିଷେକ କହିଛନ୍ତି କି, ମୋତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି । "ଏହି ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହୋଇଛି। ଆମେ ଏ ବିଷୟରେ ହାଇକୋର୍ଟକୁ ଜଣାଇବୁ। ଆମେ ରାଜ୍ୟପାଳଙ୍କୁ ମଧ୍ୟ ଜଣାଇବୁ। ମୁଁ ନିଶ୍ଚିତ ଭାବରେ କୋର୍ଟର ଦ୍ୱାରସ୍ଥ ହେବି।" ବୋଲି ମଧ୍ୟ କହିଛନ୍ତି ଅଭିଷେକ ।
#WATCH सोनारपुर, पश्चिम बंगाल: TMC सांसद अभिषेक बनर्जी ने कहा, "... वे मुझे मारना चाहते थे... पूरी घटना कैमरे में कैद हो गई है। हम इस बारे में हाई कोर्ट को ज़रूर बताएंगे। हम गवर्नर को भी इस बारे में बताएंगे... मैं ज़रूर कोर्ट जाऊंगा..." https://t.co/iJQgz3wDtRpic.twitter.com/jEv4SURZZn

