Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅଭିଷେକଙ୍କ ଉପରେ ଆକ୍ରମଣ ଘଟଣା: ଜାଣନ୍ତୁ କିଏ କ'ଣ କହିଲେ ?

ଅଭିଷେକଙ୍କ ଉପରେ ଆକ୍ରମଣ ଘଟଣା: ଜାଣନ୍ତୁ କିଏ କ'ଣ କହିଲେ ?

ନୂଆଦିଲ୍ଲୀ: ଶନିବାର ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ହେବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା ସୋନାରପୁରରେ ଅଭିଷେକଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କ ଉପରକୁ ଅଣ୍ଡା, ଚପଲ ମାରି ଆକ୍ରମଣ କରାଯାଇଥିଲା । ଏହାସହ ଚୋର ଚୋର କହି ନାରାବାଜି କରାଯାଇଥିଲା ।

ଟିଏମସି ବଡ଼ ନେତା ହୋଇଥିବାବେଳେ ସୁଦ୍ଧା ତାଙ୍କ ଉପରେ ଆକ୍ରମଣ କରାଯାଇଥିବାବେଳେ ଏହି ଘଟଣାକୁ ନେଇ ନିନ୍ଦା କରାଯାଉଛି ।

Strongly condemn the shocking attack on MP Shri Abhishek Banerjee in Sonarpur, as he went to meet the families affected by post-poll violence in the state.

The deliberate lack of adequate police protection for a prominent Opposition leader speaks volumes about the BJP's…

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ଘଟଣାକୁ ତିବ୍ର ଭାବରେ ନିନ୍ଦା କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ନିନ୍ଦା କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି କି, ନିର୍ବାଚନୀ ପରବର୍ତ୍ତୀ ହିଂସାର ସାମ୍ନା କରିଥିବା ପରିବାରକୁ ଭେଟିବାକୁ ଯାଇଥିବା ଜଣେ ବିରୋଧୀ ଦଳର ନେତାଙ୍କ ପାଇଁ କାହିଁକି ବ୍ୟାପକ ପୁଲିସ ଫୋର୍ସ ରହିଲେ ନାହିଁ । ସୁରକ୍ଷାର ଅଭାବ ରହିଥିବାବେଳେ ଏହା ବିଜେପିର ପ୍ରତିଶୋଧ ମୂଳକ ପଦକ୍ଷେପ ଜାଣିଶୁଣି ହୋଇଥିବା ପ୍ରକାଶ କରିଛନ୍ତି । ଏଭଳି ହିଂସାକୁ ରୋକିପା ପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ଖଡ଼ଗେ ।

बंगाल में तृणमूल कांग्रेस के महत्वपूर्ण नेता श्री अभिषेक बनर्जी जी के ऊपर जानलेवा हमला करवाकर बंगाल की अराजक भाजपा सरकार ने साबित कर दिया है कि भाजपा नफ़रत भरी नकारात्मक हिंसक राजनीति के सिवा और कुछ नहीं कर सकती है। इतने संवेदनशील वातावरण में भी पुलिस की व्यवस्था न होना एक बड़ी…

ସେପଟେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ଅଖିଳେଶ ଯାଦବ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ ପୁଲିସ ଉପରେ ପ୍ରଶ୍ନ ଉଠାଇଥିବାବେଳେ ସରକାରଙ୍କୁ ସମାଲୋଚନା କରିଛନ୍ତି । ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଯୋଜନାବଦ୍ଧଭାବେ ଏହି ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ ଏକ୍ସରେ ଏ ସମ୍ପର୍କରେ ପୋଷ୍ଟ କରି ସମାଲୋଚନା କରିଛନ୍ତି ।

ସେପଟେ ଟିଏମସି ପକ୍ଷରୁ ବିଜେପିକୁ ସମାଲୋଚନା କରାଯାଇଛି । ଏତେ ବଡ଼ ଘଟଣା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାବେଳେ ଜଣେ ମଧ୍ୟ ଗିରଫ ହୋଇନାହାନ୍ତି । ଏଣୁ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏହାସହ ପଢ଼ନ୍ତୁ : ସୂର୍ଯ୍ୟଙ୍କ ହତ୍ୟା: ସରକାରଙ୍କୁ ଏମିତି ନିବେଦନ କଲେ ମାଆ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia