Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅଦରକାରୀ କାଗଜରୁ ସୃଷ୍ଟି ହେବ ସୁନ୍ଦର କଳାକୃତି, ଖଲ୍ଲିକୋଟରେ 'From Scrap to Creation' ପେପର କୋଲାଜ କର୍ମଶାଳା ଉଦ୍‌ଘାଟିତ

ଅଦରକାରୀ କାଗଜରୁ ସୃଷ୍ଟି ହେବ ସୁନ୍ଦର କଳାକୃତି, ଖଲ୍ଲିକୋଟରେ 'From Scrap to Creation' ପେପର କୋଲାଜ କର୍ମଶାଳା ଉଦ୍‌ଘାଟିତ

ଲ୍ଲିକୋଟ, ୩୧/୦୮: ଅଦରକାରୀ କାଗଜକୁ ନୂଆ ରୂପ ଦେଇ ସୃଜନଶୀଳ କଳାକୃତିରେ ପରିଣତ କରିବାର ଲକ୍ଷ୍ୟ ନେଇ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଖଲ୍ଲିକୋଟ ପକ୍ଷରୁ 'From Scrap to Creation' ଶୀର୍ଷକ ପେପର କୋଲାଜ କର୍ମଶାଳା ଆୟୋଜିତ ହୋଇଛି। ସୋମବାର ଏହି କର୍ମଶାଳା ଅନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।

ପ୍ରଦୀପ ପ୍ରଜ୍ୱଳନ କରି କର୍ମଶାଳାର ଶୁଭାରମ୍ଭ:

ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବୀ ପ୍ରସାଦ ଦାଶ ଏବଂ କର୍ମଶାଳାର ବିଶେଷଜ୍ଞ ପଞ୍ଚାନନ ସୁର ମିଳିତ ଭାବେ ପ୍ରଦୀପ ପ୍ରଜ୍ୱଳନ କରି କର୍ମଶାଳାର ଶୁଭାରମ୍ଭ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦେବୀ ପ୍ରସାଦ ଦାଶ ବିଶେଷଜ୍ଞ ପଞ୍ଚାନନ ସୁରଙ୍କ ସୃଜନଶୀଳ ଓ ବହୁମୁଖୀ ପ୍ରତିଭା ସହିତ ତାଙ୍କ କାର୍ଯ୍ୟଦକ୍ଷତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହ New Media ଏବଂ ସମସାମୟିକ ଚିତ୍ରଶିଳ୍ପୀଙ୍କ ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଆଲୋଚନା କରିଥିଲେ।

 ​​​​​​​

ପେପର କୋଲାଜର ବିଭିନ୍ନ କୌଶଳ ଶିଖିଲେ ଛାତ୍ରଛାତ୍ରୀ:

କର୍ମଶାଳାର ବିଶେଷଜ୍ଞ ପଞ୍ଚାନନ ସୁର ମହାବିଦ୍ୟାଳୟ ସହ ତାଙ୍କର ପୁରୁଣା ସ୍ମୃତିକୁ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ଏଥିସହ ନିଜର କଳାକୃତି ଓ କଳା ଅଭିଜ୍ଞତା ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଆଲୋଚନା କରିଥିଲେ। ପେପର କୋଲାଜ କଳାର ବିଭିନ୍ନ କୌଶଳ ଓ ଏହାର ସୃଜନଶୀଳ ଦିଗ ସମ୍ପର୍କରେ ବିଶେଷଜ୍ଞ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇଥିଲେ। ଅଦରକାରୀ କାଗଜ ଓ ବିଭିନ୍ନ ସାମଗ୍ରୀକୁ ବ୍ୟବହାର କରି କିପରି ନୂଆ କଳାକୃତି ସୃଷ୍ଟି କରାଯାଇପାରେ, ସେ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିଥିଲେ।

ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହଯୋଗ:

କାର୍ଯ୍ୟକ୍ରମର ଶେଷରେ ଭାସ୍କର୍ଯ୍ୟ କଳା ବିଭାଗର ଅଧ୍ୟାପକ ସୋମନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଅତିଥି ଅଧ୍ୟାପକ ଦିନେଶ କୁମାର ସାହୁ, ଦିପାଲି ଦେବସ୍ମିତା ଦାଶ, ମୀରା ବେହେରା, ସ୍ମୃତିଲିପି ପ୍ରଧାନ, ସୁମିତ୍ରା ମହାରଣା ଓ ବରୁଣ ବେହେରା ପ୍ରମୁଖ ଉଦ୍‌ଘାଟନୀ ଉତ୍ସବର ପରିଚାଳନାରେ ସହଯୋଗ କରିଥିଲେ। ଏହି କର୍ମଶାଳାର ସଫଳ ଆୟୋଜନରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia