ନୂଆଦିଲ୍ଲୀ,୨୯/୦୮: ପୁଣି କ୍ରିକେଟ୍ ପଡିଆକୁ ଓହ୍ଲାଇବେ ଅନାୟା ବାଙ୍ଗର । ପୂର୍ବତନ କ୍ରିକେଟର ସ଼ଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗରଙ୍କୁ ନୂଆ ଆଶା ମିଳିଛି । ଯିଏକି ନିକଟରେ ଲିଙ୍ଗ ପରିବର୍ତ୍ତନ କରିଥିଲେ । ପୁଅରୁ ଝିଅ ହୋଇଥିବା ଅନାୟା ଏଲିଟ୍ ମହିଳା କ୍ରିକେଟ୍ ଖେଳିବେ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ନିଶ୍ଚିତ କରିଛି ।
କିନ୍ତୁ ଏହାକୁ ନେଇ ବିବାଦ ଉପୁଜିଛି । ମହିଳା ସାଉଥ୍ ଆଫ୍ରିକା କ୍ରିକେଟ୍ ଦଳର ପ୍ଲେୟାର ମାରିଜାନ କାପ୍ ଏହାକୁ ହାସ୍ୟାସ୍ପଦ ବୋଲି କହିଛନ୍ତି । ଏହାର କଡ଼ା ଜବାବ ଦେଇଛନ୍ତି ଅନାୟା ବାଙ୍ଗର ।
କଣ କହିଥିଲେ ମାରିଜାନ କାପ୍ ? ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହୋଇଥିବା ଭାରତୀୟ ଖେଳାଳି ଅନାୟା ବାଙ୍ଗରଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ଖେଳିବାକୁ ଅନୁମତି ଦେବା ନିହାତି ହାସ୍ୟସ୍ପଦ ବୋଲି କହିଥିଲେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ମାରିଜାନ କାପ୍ । ସେ ଏହାକୁ ତୀବ୍ର ସମାଲୋଚନା କରିଥିଲେ । କ୍ରିକେଟ୍ ଅଷ୍ଟ୍ରେଲିଆର ଏପରି ନିଷ୍ପତି ଅନାବଶ୍ୟକ ବୋଲି ସେ କହିଛନ୍ତି ।
ଅନାୟାଙ୍କ ଜବାବ-ମାରିଜାନଙ୍କ ମନ୍ତବ୍ୟ ବିଷୟରେ ପଚରାଯିବାରୁ ଅନାୟା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ପ୍ରଥମେ ଏହି ପ୍ରସଙ୍ଗକୁ ବୁଝିବାକୁ ଚେଷ୍ଟା କରିବା ଉଚିତ୍ । ଯେଉଁମାନେ ଏହା ବିରୋଧରେ ସ୍ୱର ଉଠାଉଛନ୍ତି ସେମାନେ ପ୍ରଥମେ ନିଜକୁ ଏ ବିଷୟରେ ଶିକ୍ଷିତ ହେବା ଦରକାର । ମୁଁ କ୍ରିକେଟ୍ ଅଷ୍ଟ୍ରେଲିଆର ନିର୍ଦ୍ଦେଶାବଳୀ ଅନୁସରଣ କରୁଛି । ମୋତେ ଖେଳିବାକୁ ଅନୁମତି ମିଳିଲା ବୋଲି ମୁଁ ଯେ କୌଣସି ଏକ ଦଳରେ ସାମିଲ ହୋଇଗଲି ତାହା ଭାବିବା ଭୁଲ । ଜଣେ ଟ୍ରାନ୍ସଜେଣ୍ଡର ଭାବେ ନୁହେଁ, କ୍ରିକେଟ୍ ଦକ୍ଷତା ଯୋଗୁଁ ଯଦି ମୋତେ କେହି ଦଳରେ ସାମିଲ କରନ୍ତି, ତେବେ ମୁଁ ଏଥିରେ ସାମିଲ ହେବି । ଅନ୍ୟଥା ନୁହେଁ । ଅଷ୍ଟ୍ରେଲିଆରେ ଖେଳିବାକୁ ଅନାୟାଙ୍କୁ ଅନୁମତି ମିଳିବା ପରେ ଏହି ନିଷ୍ପତ୍ତିକୁ ନେଇ ଢେର୍ ଆଲୋଚନା ହେଉଛି । ଏବେ ମାର୍ଚ୍ଚ ୨୦୨୭ରେ ପରେ କଣ ହେବ ସମାଲୋଚନା ମଧ୍ୟରେ ଅନାୟାଙ୍କ କ୍ରିକେଟ୍ ସ୍ୱପ୍ନ ଅଧୁରା ରହିଯିବ କି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହା ବି ପଢନ୍ତୁ...Vaibhav Sooryavanshi: ଟିମ୍ ଇଣ୍ଡିଆରେ ବୈଭବଙ୍କୁ କାହିଁକି ମିଳିଲାନି ଚାନ୍ସ ? ଦ୍ରାବିଡ୍-ସେହୱାଗଙ୍କ ପୁଅ ସାଜିଲେ କି ବାଧା
Anaya Bangar replying to Marizanne Kapp's Instagram story. pic.twitter.com/SKPIqLUG2c
- Mufaddal Vohra (@mufaddal_vohra)
ମାର୍ଚ୍ଚ ୨୦୨୭ରୁ ଏଲିଟ୍ ମହିଳା କ୍ରିକେଟରେ ଖେଳିବାକୁ ଯୋଗ୍ୟ ହେବେ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ନିଶ୍ଚିତ କରିଛି । ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆରେ ଅନାୟା କମ୍ୟୁନିଟି କ୍ରିକେଟ ଖେଳିପାରିବେ । ହେଲେ ମହିଳା ବିଗ୍ ବାସ୍ ଲିଗ୍ ଭଳି ଏଲିଟ୍ କ୍ରିକେଟ୍ ଖେଳିବା ପାଇଁ ତାଙ୍କୁ ଟେଷ୍ଟାଷ୍ଟେରୋନ ସମ୍ବନ୍ଧୀୟ ଯୋଗ୍ୟତା ମାନଦଣ୍ଡ ପୂରଣ କରିବାକୁ ପଡିବ । ନିକଟରେ ଲିଙ୍ଗ ପରିବର୍ତ୍ତନ କରିଥିବା ଅନାୟା କହିଛନ୍ତି ଏହା କେବଳ ମହିଳା ଲିଗରେ ଖେଳିବା କଥା ନୁହେଁ । ମୋ ପ୍ରିୟ ଖେଳକୁ ଫେରିବାର ସମ୍ଭାବନାକୁ ବଢାଇଛି । ମୁଁ ପୁଣି କ୍ରିକେଟ ଖେଳିପାରିବି ବୋଲି ଜାଣି ବହୁତ ଖୁସି । ଆଜି ମୋ ପାଇଁ ସବୁଠୁ ବଡ ଦିନ । କ୍ରିକେଟ୍ ଅଷ୍ଟ୍ରେଲିଆ ମୋତେ ସୁଯୋଗ ଦେଇଥିବାରୁ ଧନ୍ୟବାଦ । କ୍ରିକେଟ୍ ଅଷ୍ଟ୍ରେଲିଆ ଅନୁଯାୟୀ ତୃତୀୟ ଲିଙ୍ଗୀ ନିୟମ ଅନୁଯାୟୀ କ୍ରିକେଟ ଖେଳିବାକୁ ଯୋଗ୍ୟ ହେବା ପାଇଁ ଜଣେ ଖେଳାଳି ସିରମ ଟେଷ୍ଟୋଷ୍ଟେରନ ସ୍ତର ୧୨ ମାସ ଭିତରେ ପ୍ରତି ଲିଟରରେ ୧୦ ନାଲୋମୋଲ୍ସଠୁ କମ୍ ରହିବା ଦରକାର ।

