Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Anganwadi: ଚାଉଳ ନାହିଁ, ଜାଳେଣି ନାହିଁ; ମାସେ ହେଲା ଅଙ୍ଗନବାଡ଼ିରେ ଜଳୁନି ଚୁଲି ! ତାତିଲେ ଗ୍ରାମବାସୀ

Anganwadi: ଚାଉଳ ନାହିଁ, ଜାଳେଣି ନାହିଁ; ମାସେ ହେଲା ଅଙ୍ଗନବାଡ଼ିରେ ଜଳୁନି ଚୁଲି ! ତାତିଲେ ଗ୍ରାମବାସୀ

ୟୂରଭଞ୍ଜ, ୧।୯: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଏଠାରେ ଗତ ଏକ ମାସ ହେବ ରୋଷେଇ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ କେନ୍ଦ୍ରକୁ ଆସୁଥିବା ଶିଶୁମାନେ ରନ୍ଧା ଖାଦ୍ୟରୁ ବଞ୍ଚିତ ହେଉଛନ୍ତି । ସୂଚନା ଅନୁଯାୟୀ, ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଜିକୃତ ୩୦ ଜଣ ଶିଶୁ ପାଠ ପଢ଼ୁଥିଲେ ମଧ୍ୟ, ରନ୍ଧା ଖାଦ୍ୟ ନ ମିଳିବାରୁ ବର୍ତ୍ତମାନ କେନ୍ଦ୍ରକୁ କାଁ ଭାଁ ପିଲା ଆସୁଛନ୍ତି ।

କେନ୍ଦ୍ରରେ ଚାଉଳ ଏବଂ ଜାଳେଣି କାଠ ନ ଥିବାରୁ ରୋଷେଇ ବନ୍ଦ ରହିଥିବା ଜଣାପଡ଼ିଛି । ଫଳରେ ଯେଉଁ ଗୋଟିଏ କି ଦୁଇଜଣ ଶିଶୁ କେନ୍ଦ୍ରକୁ ଆସୁଛନ୍ତି, ସେମାନେ କେବଳ ଶୁଖିଲା ଖାଦ୍ୟ ଖାଇ ଫେରିଯାଉଛନ୍ତି ।

Movie Ticket Offer: ସିନେମା ପ୍ରେମୀଙ୍କ ପାଇଁ ଧମାକା ଅଫର୍ ! ମାତ୍ର ୯୯ ଟଙ୍କାରେ ଦେଖନ୍ତୁ ମନପସନ୍ଦର ଫିଲ୍ମ

ଏହି ସମସ୍ୟାକୁ ନେଇ ଅଭିଭାବକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ହୋଇଛି ଯେ, ଅଙ୍ଗନବାଡ଼ି କର୍ମୀ ଜଣକ ସପ୍ତାହରେ ମାତ୍ର ଥରୁଟିଏ କେନ୍ଦ୍ରକୁ ଆସୁଛନ୍ତି । ତାଙ୍କ ଅନୁପସ୍ଥିତିରେ ଅଙ୍ଗନବାଡ଼ିର ହେଲପର ହିଁ କେନ୍ଦ୍ର ଚଳାଉଛନ୍ତି । କର୍ମୀଙ୍କର ଏଭଳି ମନମାନୀ ଏବଂ ଦାୟିତ୍ୱହୀନତାକୁ ସ୍ଥାନୀୟ ଲୋକେ ଦୃଢ଼ ବିରୋଧ କରିଛନ୍ତି । ତେବେ, ଏ ସମ୍ପର୍କରେ ସ୍ଥାନୀୟ ସିଡିପିଓଙ୍କ ପ୍ରତିକ୍ରିୟା ନିଆଯିବାରୁ, ଜଣେ ମାତ୍ର ସିଡିପିଓ ଏତେଗୁଡ଼ିଏ ଅଙ୍ଗନବାଡ଼ି କେନ୍ଦ୍ରର ତଦାରଖ କରିବା ସମ୍ଭବ ହେଉ ନାହିଁ ବୋଲି ସେ ସଫେଇ ଦେଇଛନ୍ତି । ପ୍ରଶାସନିକ ଅବହେଳା କାରଣରୁ ଗରିବ ପରିବାରର ଛୋଟ ପିଲାମାନେ ସେମାନଙ୍କର ପୌଷ୍ଟିକ ଆହାରରୁ ବଞ୍ଚିତ ହେଉଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia