Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Anna Hazare Health Update: ସମାଜସେବୀ ଆନ୍ନା ହଜାରେ ହସ୍ପିଟାଲରେ ଭର୍ତ୍ତି , ICUରେ ଚାଲିଛି ଚିକିତ୍ସା

Anna Hazare Health Update: ସମାଜସେବୀ ଆନ୍ନା ହଜାରେ ହସ୍ପିଟାଲରେ ଭର୍ତ୍ତି , ICUରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ : ସମାଜସେବୀ ଆନ୍ନା ହଜାରେ ଅସୁସ୍ଥ । ଭୂତାଣୁ ଜନିତ ସଂକ୍ରମଣ ଯୋଗୁଁ ସୋମବାର ମୁମ୍ବାଇର ଏକ ପ୍ରମୁଖ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ICUରେ ରଖି ଚିକିତ୍ସା କରାଯାଉଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି । ସୂଚନା ଅନୁସାରେ, ଗତ କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିଲା ।

ତାଙ୍କ ଠାରେ ପ୍ରବଳ ଜ୍ୱର, ଦୁର୍ବଳତା, କାଶ ଏବଂ ଶରୀରରେ ଡିହାଇଡ୍ରେସନ୍ ଲକ୍ଷଣ ଦେଖା ଦେଇ ଥିଲା । ପରୀକ୍ଷା ପରେ ଡାକ୍ତରମାନେ ପରିସ୍ଥିତିକୁ ଗମ୍ଭୀର ମନେ କରି ତାଙ୍କୁ ତୁରନ୍ତ ICUକୁ ସ୍ଥାନାନ୍ତର କରି ଥିଲେ ।

ଆନ୍ନା ହଜାରେଙ୍କୁ ତାଙ୍କ ଗାଁରୁ ଦେଖାଶୁଣା କରୁଥିବା ଲୋକେ ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଆଣି ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ। ଡାକ୍ତର ଗୌତମ ଭଂସାଲୀଙ୍କ ତତ୍ତ୍ୱାବଧାନରେ ICUରେ ତାଙ୍କର ଚିକିତ୍ସା ଚାଲିଛି । ଡାକ୍ତରଙ୍କ ପ୍ରାରମ୍ଭିକ ଯାଞ୍ଚ ଅନୁସାରେ , ଭାଇରାଲ୍ ସଂକ୍ରମଣ ସହ ଡିହାଇଡ୍ରେସନ୍ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

କହି ରଖୁଛୁ କି, ଆନ୍ନା ହଜାରେ ଗତ କିଛି ଦଶନ୍ଧି ଧରି ଗ୍ରାମୀଣ ବିକାଶ, ଜଳ ସଂରକ୍ଷଣ ଏବଂ ଦୁର୍ନୀତି ବିରୋଧରେ ସକ୍ରିୟ ରହିଛନ୍ତି । ମହାରାଷ୍ଟ୍ରର ଅହଲ୍ୟାନଗର ଜିଲ୍ଲାର ରାଲେଗଣ ସିଦ୍ଧି ଗାଁକୁ ସେ ଏକ ମରୁଡ଼ି ପ୍ରପୀଡ଼ିତ ଓ ପଛୁଆ ଗାଁରୁ ଆଦର୍ଶ ଗାଁରେ ପରିଣତ କରି ଥିଲେ । ଜଳସେଚନ ବିକାଶ, ସାମୂହିକ ଶ୍ରମ ଏବଂ ସାମାଜିକ ଅନୁଶାସନ ଉପରେ ଆଧାରିତ ତାଙ୍କର ଏହି ମଡେଲ୍ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ।

୨୦୧୧ ମସିହାରେ ସେତେବେଳେ ତାଙ୍କୁ ଜାତୀୟ ସ୍ତରରେ ବଡ଼ ପରିଚୟ ମିଳି ଥିଲା, ଯେତେବେଳେ ସେ 'ଇଣ୍ଡିଆ ଏଗନେଷ୍ଟ କରପ୍ସନ୍' ଆନ୍ଦୋଳନର ନେତୃତ୍ୱ ନେଇଥିଲେ । 'ଜନ ଲୋକପାଳ ଆଇନ' ଦାବିରେ ଆରମ୍ଭ ହୋଇ ଥିବା ଏହି ଆନ୍ଦୋଳନ , ଦେଶର ବହୁ ସହରକୁ ବ୍ୟାପି ଥିଲା ଏବଂ ଦୁର୍ନୀତି ବିରୋଧୀ ରାଜନୀତିର ଦିଗ ବଦଳାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଏହା ପୂର୍ବରୁ ମଧ୍ୟ ସେ ମହାରାଷ୍ଟ୍ରରେ ଦୁର୍ନୀତି ଏବଂ ସରକାରୀ ଅନିୟମିତତା ବିରୋଧରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଥିଲେ ।

କହି ରଖୁଛୁ କି ,ଗତ ମାସରେ ଆନ୍ନା ଭାରତୀୟ ପୁଲିସ ସେବା (IPS)ର ପ୍ରଶିକ୍ଷଣାର୍ଥୀ ଅଧିକାରୀମାନଙ୍କୁ ଭେଟି ଥିଲେ। ଏହି ସମୟରେ ସେ କହିଥିଲେ ଯେ, ଭାରତର ଭବିଷ୍ୟତ ଯୁବପିଢ଼ି ଉପରେ ନିର୍ଭର କରେ। ତାଙ୍କ କହିବା ଅନୁସାରେ, ସାଧୁତା, ଅନୁଶାସନ ଏବଂ ନିଃସ୍ୱାର୍ଥପର ସେବା ହେଉଛି ରାଷ୍ଟ୍ର ନିର୍ମାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ। ଜୁଲାଇ ଶେଷ ଆଡ଼କୁ ବିଭିନ୍ନ ରାଜ୍ୟର ପ୍ରାୟ ୨୦ ଜଣ IPS ପ୍ରଶିକ୍ଷଣାର୍ଥୀ ରାଲେଗଣ ସିଦ୍ଧିରେ ପହଞ୍ଚି ଥିଲେ। ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମୀରେ ତାଲିମ ନେଉଥିବା ଏହି ଅଧିକାରୀମାନେ , ଗାଁର ଜଳ ବିକାଶ ଓ ଗ୍ରାମୀଣ ପରିବର୍ତ୍ତନ ମଡେଲ୍ ବିଷୟରେ ଅଧ୍ୟୟନ କରିବାକୁ ଆସିଥିଲେ ।

ଆହୁରି ମଧ୍ୟ ପଢନ୍ତୁ - ବିଶକେକ୍‌ରେ ପୁଟିନ୍‌ଙ୍କୁ ଭେଟିଲେ ମୋଦି, ୟୁକ୍ରେନ୍‌ ଯୁଦ୍ଧ ସହ ଏହି ସବୁ ପ୍ରସଙ୍ଗରେ କଲେ ଆଲୋଚନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia