Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Asim Munir POF visit : ଇରାନ ମାମଲାରେ ଲଜ୍ଜିତ ହେବା ପରେ ପାକିସ୍ତାନର ବଦଳିଲା ପ୍ଲାନ୍ : ମୁନିରଙ୍କ ଅସ୍ତ୍ର କାରଖାନା ଗସ୍ତ ନେଇ ଚର୍ଚ୍ଚା

Asim Munir POF visit : ଇରାନ ମାମଲାରେ ଲଜ୍ଜିତ ହେବା ପରେ ପାକିସ୍ତାନର ବଦଳିଲା ପ୍ଲାନ୍ : ମୁନିରଙ୍କ ଅସ୍ତ୍ର କାରଖାନା ଗସ୍ତ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ଇରାନ-ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ଓ ଯୁଦ୍ଧର ମଧ୍ୟସ୍ଥତା କରିବାକୁ ଦାବି କରୁଥିବା ପଡ଼ୋଶୀ ଦେଶ ପାକିସ୍ତାନ, ଏବେ ତା'ର ଯୋଜନା ବଦଳାଇ ଦେଇଛି। ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବା ପରେ , ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଆସିମ୍ ମୁନିର ଏକ ନୂଆ ପ୍ଲାନ୍ ଆରମ୍ଭ କରିଥିବା ଆଶଙ୍କା କରାଯାଉଛି ।

ଏବେ ସେ ଏକ ନୂଆ ଯୁଦ୍ଧ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି, ସେଥିପାଇଁ ସେ ହଠାତ୍ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା କାରଖାନା ଗୁଡ଼ିକର ଅନୁଧ୍ୟାନ କରିବାକୁ ପହଞ୍ଚିଛନ୍ତି । ନିକଟରେ ଆସିମ୍ ମୁନିର ୱାହ ସ୍ଥିତ 'ପାକିସ୍ତାନ ଅର୍ଡନାନ୍ସ ଫ୍ୟାକ୍ଟ୍ରିଜ୍' (POF) ଗସ୍ତ କରି ଅସ୍ତ୍ରଶସ୍ତ୍ର ଉତ୍ପାଦନ, ରପ୍ତାନି କ୍ଷମତା ଏବଂ ଅସ୍ତ୍ର ବିକାଶ ସଂକ୍ରାନ୍ତୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ମୁନିରଙ୍କ ଏହି ଗସ୍ତ ତାଙ୍କର ଆକ୍ରାମକ ସାମରିକ ବୟାନବାଜି ମଧ୍ୟରେ ହୋଇ ଥିବାରୁ , ଏହା ଅନେକ ଚିନ୍ତା ସୃଷ୍ଟି କରିଛି । ଗୁପ୍ତଚର ବିଭାଗ ସୂତ୍ରକୁ ଆଧାର କରି CNN-News18 ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନ ସେନାମୁଖ୍ୟ ପାକିସ୍ତାନ ଏବଂ ବିଦେଶର ବିଭିନ୍ନ ମଞ୍ଚରୁ ଭାରତକୁ ବାରମ୍ବାର ଧମକ ଦେଇ ଆସୁଛନ୍ତି । ପାକିସ୍ତାନୀ ରାଜନୀତିରେ ନିଜର ପଦକୁ ମଜବୁତ କରିବା ପାଇଁ ମୁନିର ଆଉ ଏକ ଯୁଦ୍ଧର ଷଡ଼ଯନ୍ତ୍ର ରଚୁଛନ୍ତି, ଯାହାପାଇଁ ସେ ଅସ୍ତ୍ରଶସ୍ତ୍ର କାରଖାନା ପରିଦର୍ଶନ କରି ଉତ୍ପାଦନ ଓ ସଂରକ୍ଷଣର ହିସାବ ନେଉଛନ୍ତି ।

କାହିଁକି ମୁନିରଙ୍କ ହାଠତ୍ POF ଗସ୍ତ ?

ରିପୋର୍ଟ ଅନୁସାରେ, POF ଗସ୍ତ ସମୟରେ ଆସିମ୍ ମୁନିରଙ୍କୁ ବର୍ତ୍ତମାନର ଉତ୍ପାଦନ କ୍ଷମତା, କାରଖାନାର ଆଧୁନିକୀକରଣ ପ୍ରଚେଷ୍ଟା ଏବଂ ପ୍ରତିରକ୍ଷା ରପ୍ତାନି ବୃଦ୍ଧିର ସମ୍ଭାବନା ବିଷୟରେ ତଥ୍ୟ ଦିଆଯାଇ ଥିଲା। ପାକିସ୍ତାନ ବିଦେଶୀ ସାମରିକ ସରଞ୍ଜାମ ଉପରୁ ନିର୍ଭରଶୀଳତା କମାଇ ନିଜ ଦେଶରେ ଉତ୍ପାଦନ ବଢ଼ାଇବାକୁ ଚାହୁଁ ଥିବାରୁ, ସେ ସ୍ଥାନୀୟ ସ୍ତରରେ ପ୍ରସ୍ତୁତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦର ପରୀକ୍ଷଣକୁ ମଧ୍ୟ ନିରୀକ୍ଷଣ କରି ଥିଲେ।

ଆତ୍ମନିର୍ଭରଶୀଳତା ପାକିସ୍ତାନର ସ୍ୱପ୍ନ :

DIPRA ଅର୍ଡିନାନ୍ସ ଅଧୀନରେ କର୍ପୋରେଟାଇଜେସନର ଅଗ୍ରଗତି ଏବଂ ପାକିସ୍ତାନର ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମକୁ ପୁନର୍ଗଠିତ ଓ ଶକ୍ତିଶାଳୀ କରିବାର ପ୍ରୟାସ ବିଷୟରେ ମଧ୍ୟ ମୁନିରଙ୍କୁ ଜଣାଯାଇ ଥିଲା। ଏହି କମ୍ପ୍ଲେକ୍ସରେ ନିର୍ମାଣାଧୀନ ଦୁଇଟି ନୂଆ ଶିଳ୍ପ ପ୍ଲାଣ୍ଟରେ ବର୍ଷ ଶେଷ ସୁଦ୍ଧା ଉତ୍ପାଦନ ଆରମ୍ଭ ହେବାର ଆଶା ରହିଛି। କହି ରଖୁଛୁ କି , ମୁନିର ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ, ବୈଷୟିକ ନବସୃଜନ ଏବଂ ଦେଶର ଘରୋଇ ସାମରିକ ନିର୍ମାଣ କ୍ଷମତାକୁ ସୁଦୃଢ଼ କରିବାକୁ ପାକିସ୍ତାନ ସେନା ପ୍ରତିଶ୍ରୁତିବଦ୍ଧ ବୋଲି କହି ଥିଲେ।

ଭାରତ ପ୍ରତି ମୁନିରଙ୍କ ଲଗାତାର ଧମକ :

ଗୁପ୍ତଚର ବିଭାଗର ବଡ଼ ସୂତ୍ରାନୁସାରେ , ମୁନିର ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ, ଭାରତ ବିରୋଧରେ ସିଧାସଳଖ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଉଛନ୍ତି। ଆମେରିକାରେ ପାକିସ୍ତାନୀ ସଂପ୍ରଦାୟର ଗୋଷ୍ଠୀଙ୍କୁ ଉଦବୋଧନ ଦେବା ବେଳେ ସେ ପରମାଣୁ ଆକ୍ରମଣ ଏବଂ ଅସ୍ତିତ୍ୱ ପ୍ରତି ବିପଦ ଆସିଲେ କଠୋର ଜବାବ ଦେବା କଥା କହିଥିଲେ। ଏହାଛଡ଼ା ଭାରତର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ଜଳପଥକୁ ନେଇ ମଧ୍ୟ ସେ ପୂର୍ବରୁ ବିସ୍ଫୋରକ ବୟାନ ଦେଇ ସାରିଛନ୍ତି ।

ଆହୁରି ମଧ୍ୟ ପଢନ୍ତୁ - ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ନୂଆ ଚାଲ୍ ! ତୁର୍କୀ ସହ ମିଶି ଗଢ଼ୁଛି 'ଆତଙ୍କର ନୂଆ ଫୌଜ'

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia