Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Attack on kalyan Banerjee: ଟିଏମ୍‌ସି ନେତା କଲ୍ୟାଣ ବାନାର୍ଜୀଙ୍କୁ ଆକ୍ରମଣ; ଫାଟିଲା ମୁଣ୍ଡ, ବିଜେପି କହିଲା ଖାଲି ଡ୍ରାମା...

Attack on kalyan Banerjee: ଟିଏମ୍‌ସି ନେତା କଲ୍ୟାଣ ବାନାର୍ଜୀଙ୍କୁ ଆକ୍ରମଣ; ଫାଟିଲା ମୁଣ୍ଡ, ବିଜେପି କହିଲା ଖାଲି ଡ୍ରାମା...

କୋଲକାତା,୩୧/୦୫: ପଶ୍ଚିମବଙ୍ଗରେ ଆତଙ୍କ । ୨ ଦିନରେ ୨ ଟିଏମସି ନେତାଙ୍କ ଉପରକୁ ଆକ୍ରମଣ । ଟିଏମସି ସାଂସଦ ତଥା ମମତା ବାନାଜୀଙ୍କୁ ପୁତୁରା ଅଭିଷେକ ବାନାର୍ଜୀଙ୍କ ପରେ ଟିଏମସ ନେତା ତଥା ମୁଖ୍ୟ ସଚେତକ କଲ୍ୟାଣ ବାନାର୍ଜୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କ ମୁଣ୍ଡ ଫାଟିଯାଇଛି । ପଶ୍ଚିବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଥମିବାପେ ନାମ ନେଉନାହିଁ ।

ହୁଗୁଳି ଜିଲ୍ଲା ଚଣ୍ଡିତଲା ପୁଲିସ ଷ୍ଟେସନ ବାହାରେ ଘଟିଥିବା ହିଂସାତ୍ମକ ସଂଘର୍ଷରେ ଟିଏମ୍‌ସି କଲ୍ୟାଣ ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣା ସମୟରେ ଟିଏମସି ସମର୍ଥକ ମାନେ ଗିରଫ ଦଳୀୟ ନେତା ଏବଂ କର୍ମୀଙ୍କୁ ଛାଡିବାକୁ ଦାବି କରି ଏକ ସ୍ମାରକପତ୍ର ଦାଖଲ କରିବାରୁ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ବିଜେପି କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଯେତେବେଳେ ଟିଏମସି ସମର୍ଥକମାନେ ପୁଲିସ ଷ୍ଟେସନ ବାହାରେ ପ୍ରତିବାଦ କରୁଥିଲେ, ସେଠାରେ ଉପସ୍ଥିତ ବିଜେପି କର୍ମୀମାନେ ସ୍ଲୋଗାନ ଦେଇ ପ୍ରତିବାଦକାରୀଙ୍କୁ 'ଚୋର' ବୋଲି କହିବା ଆରମ୍ଭ କରିଥିଲେ। କଲ୍ୟାଣ ବାନାର୍ଜୀଙ୍କ ଉପରକୁ ଆକ୍ରମଣ ନେଇ ବିଜେପି କହିଛି କେହି ଆହତ ହୋଇନାହାନ୍ତି ସବୁ ନାଟକ କରୁଛନ୍ତି ।

ରିପୋର୍ଟ ଅନୁସାରେ, ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଏବଂ ଗିରଫ ହୋଇଥିବା ଟିଏମସି ନେତା ଏବଂ କର୍ମୀଙ୍କୁ ମୁକ୍ତ କରିବା ଦାବିରେ ଏକ ସ୍ମାରତ ପତ୍ର ପ୍ରଦାନ କରିବାକୁ ଚଣ୍ଡିତଲା ପୁଲିସ୍ ଷ୍ଟେସନ୍ ଯାଇଥିଲେ । ସେଠାରେ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ବିଜେପି କର୍ମୀମାନେ ତୃଣମୂଳ ସମର୍ଥକଙ୍କ ବିରୋଧରେ "ଚୋର, ଚୋର" ବୋଲି ଚିତ୍କାର କରିଥିଲେ । ଯାହା ପରିସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଥିଲା। କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ଘଟଣାସ୍ଥଳରେ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା । ପଥମ ମାଡ଼ରେ ଟିଏମସି ସାଂସଦ କଲ୍ୟାଣ୍ଡ ବାନାର୍ଜୀଙ୍କ ମୁଣ୍ଡରେ ଆଘାତ ଲାଗିଛି ।

ଏହା ବି ପଢନ୍ତୁ...Abhishek Banerjee Assault: ଅଭିଷେକଙ୍କ ଉପରେ ଆକ୍ରମଣ INDIA ମେଣ୍ଟ ପାଇଁ ସଞ୍ଜିବନୀ ? ମମତାଙ୍କ ସପକ୍ଷରେ ବିରୋଧୀ

କହି ରଖୁଛି କି, ଗତକାଲି ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଗତକାଲି ପଶ୍ଚିମବଙ୍ଗର ସୋନାରପୁର ଗସ୍ତ ସମୟରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ଅଭିଷେକ ବାନାର୍ଜାଙ୍କ ଉପରେ ଆକ୍ରମଣ ହୋଇଥିଲା । ସେଠାରେ ପହଞ୍ଚିବା ପରେ କିଛି ଲୋକ ତାଙ୍କ ଉପରକୁ ପଥର, ଅଣ୍ଡା ଏବଂ ଜୋତା ଫିଙ୍ଗିଥିଲେ । ତାଙ୍କ ସାର୍ଟକୁ ଚିରି ଦେଇଥିଲେ । 'ଚୋର ଚୋର', ନାରା ଦେଇଥିଲେ । ଏପରିକି କିଛି ଜଣ ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ । ସୁରକ୍ଷାକର୍ମୀ ତାଙ୍କୁ ହେଲମେଟ୍ ପିନ୍ଧାଇ ସେଠାରୁ ବାହାର କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ମମତା ବାନାର୍ଜୀ ଶାସକ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia