Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
August 1 New Rules 2026: ରେଳ ଟିକେଟ ଠାରୁ କ୍ରେଡିଟ୍ କାର୍ଡ ପର୍ଯ୍ୟନ୍ତ...ଆଜିଠୁ ବଡ଼ ପରିବର୍ତ୍ତନ, ଖାଲି ହୋଇଯିବ ପକେଟ୍   !

August 1 New Rules 2026: ରେଳ ଟିକେଟ ଠାରୁ କ୍ରେଡିଟ୍ କାର୍ଡ ପର୍ଯ୍ୟନ୍ତ...ଆଜିଠୁ ବଡ଼ ପରିବର୍ତ୍ତନ, ଖାଲି ହୋଇଯିବ ପକେଟ୍ !

ନୂଆଦିଲ୍ଲୀ,୦୧ \୮ : ଆଜି ଅଗଷ୍ଟ ପହିଲା, ୨୦୨୬ । ଏକ ନୂଆ ମାସ ଆରମ୍ଭ ହେବ । ଆଜିଠାରୁ ସାଧାରଣ ଲୋକଙ୍କ ପରିବାର ବଜେଟ୍ ଠୁ ଆରମ୍ଭ କରି ଆର୍ଥିକ କାରବାର ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ଆସିଛି ବଡ଼ ପରିବର୍ତ୍ତନ । ଯଦି ଆପଣ ଆଜି ଗ୍ୟାସ୍ ସିଲିଣ୍ଡରକୁ ରିଫିଲ୍ କରିବାକୁ, ଟ୍ରେନରେ ଯାତ୍ରା କରିବାକୁ କିମ୍ବା ଆପଣଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ କିଛି ନୂଆ ନିୟମ ବିଷୟରେ ଧ୍ୟାନ ରଖିବାକୁ ହେବ ।

ଆଜିଠାରୁ, LPG ମୂଲ୍ୟ, ରେଲୱେର ତତକାଳୀନ ବୁକିଂ ସିଷ୍ଟମ, CKYC 2.0, କ୍ରେଡିଟ୍ କାର୍ଡ ଫି ଏବଂ ଆୟକର ରିଟର୍ଣ୍ଣ (ITR) ଫାଇଲିଂ ସମ୍ପର୍କରେ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି । ଏହି ପରିବର୍ତ୍ତନଗୁଡ଼ିକୁ ଅଣଦେଖା କରିବା ଦ୍ଵାରା ଆପଣଙ୍କୁ ଆର୍ଥିକ କ୍ଷତି ହୋଇ ପାରେ । ଆସନ୍ତୁ ଗୋଟିଏ ପରେ ଗୋଟିଏ ବୁଝିବା, କେଉଁ ସବୁ ନୂଆ ନିୟମ ସିଧାସଳଖ ଆପଣଙ୍କ ପକେଟକୁ ପ୍ରଭାବିତ କରିବ ।

ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ

ପ୍ରତି ମାସର ପ୍ରଥମ ତାରିଖରେ, ରାଷ୍ଟ୍ରୀୟ ତୈଳ କମ୍ପାନୀଗୁଡ଼ିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ସମୀକ୍ଷା କରନ୍ତି । ଏହି ପ୍ରକ୍ରିୟାର, ଘରୋଇ ଏବଂ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ପାଇଁ ନୂତନ ଦର ଅଗଷ୍ଟ ୧ ତାରିଖରୁ ଲାଗୁ ହୋଇଛି । ଅଗଷ୍ଟ ପହିଲାରୁ , ୧୯ କେ.ଜି ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ଟଙ୍କାରୁ ଅଧିକ ହ୍ରାସ କରା ଯାଇଛି । କଲିକତାରେ, ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୯ ଟଙ୍କା କମିଛି । ଦିଲ୍ଲୀରେ, ମୂଲ୍ୟ ୨୦୨ ହ୍ରାସ ହୋଇଛି । ଏହି ମୂଲ୍ୟ ହ୍ରାସ ପରେ, ଦିଲ୍ଲୀରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୨,୭୨୮ ଟଙ୍କା ହୋଇଛି । ଏହି ନୂତନ ମୂଲ୍ୟ ଆଜି ଠାରୁ କାର୍ଯ୍ୟକାରୀ ହୋଇଛି । ହେଲେ, ଘରୋଇ ରୋଷେଇରେ ବ୍ୟବହୃତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଗତ ମାସରେ ହିଁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି କରା ଯାଇ ଥିଲା । ଅବଶ୍ୟ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟର ଦୈନିକ ସଂଶୋଧନ ବ୍ୟବସ୍ଥା ପୂର୍ବ ପରି ଜାରି ରହିଛି ।

ବିଳମ୍ବ ଟିକସ ରିଟର୍ଣ୍ଣ ପାଇଁ ଦଣ୍ଡ, କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ

ବେତନଭୋଗୀ କରଦାତାଙ୍କ ପାଇଁ ଅଡିଟ୍ ହୋଇନଥିବା ଆୟକର ରିଟର୍ଣ୍ଣ (ITR) ଫାଇଲ୍ କରିବାର ଶେଷ ତାରିଖ ଜୁଲାଇ ୩୧, ୨୦୨୬ ଥିଲା । ଏହି ଶେଷ ତାରିଖ ଏବେ ସମାପ୍ତ ହୋଇଛି । ଯେଉଁମାନେ ITR-1 କିମ୍ବା ITR-2 ଫର୍ମ ବ୍ୟବହାର କରି ସେମାନଙ୍କର ରିଟର୍ଣ୍ଣ ଫାଇଲ୍ କରୁଛନ୍ତି, ସେମାନଙ୍କୁ ଏକ ମୋଟା ଅଙ୍କର ବିଳମ୍ବ ଫି ଦେବାକୁ ପଡିବ । ଏହି ଜରିମାନା ଆପଣଙ୍କର ମୋଟ କର ଯୋଗ୍ୟ ଆୟ ଉପରେ ଆଧାର କରି ନିର୍ଣ୍ଣୟ କରା ଯିବ । ତେଣୁ, ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ରିଟର୍ଣ୍ଣ ଫାଇଲ୍ କରି ନାହାଁନ୍ତି, ତେବେ ଅତିରିକ୍ତ ଆର୍ଥିକ ବୋଝ ଏଡାଇବା ପାଇଁ ଏହାକୁ ଯଥା ଶୀଘ୍ର ପୂରଣ କରନ୍ତୁ ।

ଅନ୍ୟପକ୍ଷରେ, ଅନେକ ପ୍ରମୁଖ ବ୍ୟାଙ୍କ୍ ଆଜିଠାରୁ ସେମାନଙ୍କର କ୍ରେଡିଟ୍ କାର୍ଡ ନିୟମକୁ କଡ଼ାକଡ଼ି କରିଛନ୍ତି । ନିୟମ ଗୁଡ଼ିକରେ ସଂଶୋଧନ କରାଯାଇଛି । ଯେଉଁଥିରେ ରିୱାର୍ଡ ପଏଣ୍ଟ, ଲେଟ୍ ପେମେଣ୍ଟ ଚାର୍ଜ ଏବଂ ପ୍ରୋସେସିଂ ଫି ଠାରୁ ଆରମ୍ଭ କରି ସବୁକିଛି ଅନ୍ତର୍ଭୁକ୍ତ । କାର୍ଡ ବ୍ୟବହାରକାରୀମାନେ ସେମାନଙ୍କ ବିଲ୍ ପେମେଣ୍ଟ କରିବା ସମୟରେ କୌଣସି ଅପ୍ରତ୍ୟାଶିତ ଚାର୍ଜ ଏଡାଇବା ପାଇଁ ସେମାନଙ୍କ ବ୍ୟାଙ୍କର ନୂତନ ନିୟମ ଏବଂ ସର୍ତ୍ତାବଳୀକୁ ଭଲ ଭାବରେ ସମୀକ୍ଷା କରିବା ଉଚିତ ।

ତତତ୍କାଳ ଟିକେଟ୍ ପାଇଁ ଟୋକନ୍ ସିଷ୍ଟମ୍ ,CKYC 2.0 ଲାଗୁ

ହଠାତ୍ ଟ୍ରେନ୍ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ରେଳବାଇ ଏକ ନୂତନ ଆଶ୍ୱସ୍ତି ଆଣିଛି । ଆଜିଠାରୁ, ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଷ୍ଟେସନ୍ ସଂରକ୍ଷଣ କାଉଣ୍ଟରରେ ତତ୍କାଳ ଟିକେଟ୍ ପାଇଁ ଏକ ଟୋକନ୍ ସିଷ୍ଟମ୍ କାର୍ଯ୍ୟକାରୀ ହୋଇଛି । ଯାତ୍ରୀମାନଙ୍କୁ ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ । କାଉଣ୍ଟରରେ ପହଞ୍ଚିବା ପୂର୍ବରୁ ଆପଣ ଏକ ଟୋକନ୍ ପାଇବେ, ଏବଂ ସେହି କ୍ରମରେ ଟିକେଟ୍ ଜାରି କରାଯିବ । ଏହା ସମ୍ପୂର୍ଣ୍ଣ ବୁକିଂ ପ୍ରକ୍ରିୟାକୁ ସୁଗମ କରିବ ।

ଏହା ସହିତ, ବ୍ୟାଙ୍କିଂ ସିଷ୍ଟମକୁ ଆହୁରି ସୁରକ୍ଷିତ କରିବା ପାଇଁ କେନ୍ଦ୍ରୀୟ KYC (CKYC) 2.0 ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି । ଆପଣଙ୍କୁ ଆଉ ବ୍ୟାଙ୍କ କିମ୍ବା ବୀମା କମ୍ପାନୀଗୁଡ଼ିକୁ ବାରମ୍ବାର KYC ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବ ନାହିଁ । ନୂତନ ସିଷ୍ଟମ ଯାଞ୍ଚକୁ ଦ୍ରୁତ, ଅଧିକ ସୁରକ୍ଷିତ ଏବଂ ସ୍ୱଚ୍ଛ କରିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia