ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏଠାରେ ବାହାଘର ଶୋଭାଯାତ୍ରାରେ ଖୁବ୍ ଜୋରରେ ଡିଜେ ବାଜିବାରୁ ନିକଟରେ ଥିବା ଏକ ପୋଲଟ୍ରି ଫାର୍ମରେ ୧୪୦ଟି କୁକୁଡାଙ୍କର ମୃତ୍ୟୁ ହୋଇଛି। ସଂପୃକ୍ତ ପୋଲଟ୍ରି ଫାର୍ମ ମାଲିକ ଏନେଇ ମୋକଦମା ରୁକୁ କରାଇଛନ୍ତି। ପୁଲିସ ଡିଜେ ପରିଚାଳକଙ୍କ ବିରୋଧରେ କେସ୍ ରୁଜୁ କରାଇବା ପରେ ଏବେ ପୂରା ମାମଲାର ଯାଞ୍ଚ ଆରମ୍ଭ କରି ଦିଆ ଯାଇଛି।
ରୁଜୁ ରିପୋର୍ଟକୁ ଉଲ୍ଲେଖ କରି ବୁଧବାର ପୁଲିସ ସୂତ୍ର କହିଛି ଯେ, ବଲଦିରାୟ ଥାନା କ୍ଷେତ୍ରର ଦରିଆପୁର ଗାଁ ନିବାସୀ ପୋଲ୍ଟ୍ରି ଫାର୍ ପରିଚାଳକ ସାବିର ଅଭିଯୋଗ କରିଛନ୍ତି ଯେ, ୨୫ ଅପ୍ରେଲ ରାତି ବବନ ବିଶ୍ୱକର୍ମାଙ୍କ ଝିଅଙ୍କର ବାହାଘର ଯେବେ ତାଙ୍କର ଫାର୍ମ ନିକଟ ଦେଇ ଯାଉଥିଲା, ତ ଏଥିରେ ବାଜୁ ଥିବା ଡିଜେର ଅତ୍ୟଧିକ ସାଉଣ୍ଡ ଯୋଗୁଁ ଫାର୍ମରେ ରହିଥିବା ୧୪୦ ଟି କୁକୁଡା (ଚିକେନ୍)ଙ୍କର ମୃତ୍ୟୁ ହୋଇ ଥିଲା। ସାବିରଙ୍କ ଅଭିଯୋଗ ଯେ, ଡିଜେର ଶବ୍ଦ ଏତେ ଅଧିକ ଥିଲା ଯେ, କୁକୁଡା ଗୁଡ଼ିକ ଭୟଭୀତ ହୋଇ ଯାଇ ଥିଲେ। ଯେଉଁଥିରେ ସେମାନଙ୍କର ଜୀବନ ଚାଲି ଗଲା। ଅଭିଯୋଗ ଯେ, ଡିଜେର ଜୋରଦାର ଶବ୍ଦକୁ ହ୍ରାସ କରିବା ପାଇଁ କୁହାଯିବା ପରେ କେହି ଶୁଣି ନଥିଲେ। ଝଗଡ଼ା କରିବା ସ୍ଥିତି ଉପୁଜି ଥିଲା। ବାହାଘର ପ୍ରୋସେଶନରେ କିଛି ଲୋକ ନିଶାରେ ଥିଲେ। ସୂତ୍ରାନୁସାରେ , ପୁଲିସ ସାବିରଙ୍କ ଅଭିଯୋଗ ଆଧାରରେ ଡିଜେ ପରିଚାଳକ କବି ଯାଦବଙ୍କ ବିରୋଧରେ ମଙ୍ଗଳବାର ରାତିରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଦେଇ ଥିଲା।
ବଲଦିରାୟ ଥାନା ପ୍ରଭାରୀ ମହେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ଏହା ଯାଞ୍ଚ କରାଯାଉଛି ଯେ, ଡିଜେ ନିର୍ଦ୍ଧାରିତ ଧ୍ୱନି ମାନଦଣ୍ଡରୁ ଅଧିକ ଶବ୍ଦ କରୁଥିଲା କି। ବିଶେଷଜ୍ଞଙ୍କ କହିବାନୁସାରେ, ଅତ୍ୟଧିକ ଜୋରରେ ଧ୍ୱନି ତରଙ୍ଗରେ ପକ୍ଷୀ ଓ ଜୀବନଜନ୍ତୁଙ୍କ ଠାରେ ଆତଙ୍କ କିମ୍ୱା ହୃଦଘାତ ସ୍ଥିତି ଉତ୍ପନ୍ନ ହୋଇପାରେ , ଯାହା ଏହି ମାମଲାରେ କୁକୁଡାଙ୍କ ମୃତ୍ୟୁର ସମ୍ଭାବିତ କାରଣ ହୋଇ ପାରେ।

