ପୁରୀ, ୨୫/୦୭: ବାହୁଡ଼ାରେ ଅଘଟଣ । ବଡ଼ଦାଣ୍ଡସ୍ଥିତ ବଗଲା ଧର୍ମଶାଳା ସମ୍ମୁଖରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରଦ୍ଧାଳୁ ହେଲେ କଟକ ଜିଲ୍ଲାର ଅଭିରାମ ଦାସ (୫୭) । ସେ ହଠାତ ଅସୁସ୍ଥ ଅନୁଭବ କରି ତଳେ ପଡ଼ିଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ
ଶୁକ୍ରବାର ସନ୍ଧ୍ୟାରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଆଗେ ଆଗେ ଯାଉଥିଲା । ପଛରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପୁଲିସ ଓ ଶ୍ରଦ୍ଧାଳୁ ଟାଣି ନେଇଥିଲେ । ବଗଲା ଧର୍ମଶାଳା ସମ୍ମୁଖରେ ଦର୍ପଦଳନ ରଥ ପହଞ୍ଚିଲା ବେଳକୁ ବଡ଼ଦାଣ୍ଡରେ ଅଇଁଠା ଖଲି ପଡ଼ିଥିଲା । ଶ୍ରଦ୍ଧାଳୁମାନେ ଅଇଁଠା ଖଲିକୁ ପାଦରେ ମାଡ଼ିବାକୁ ଚାହିଁନଥିଲେ । ସେମାନେ ଅଇଁଠା ଜାଗାକୁ ନଯାଇ ବଡ଼ଦାଣ୍ଡ ମଝିଆଡ଼କୁ ଆସିବା ଲାଗି ଉଦ୍ୟମ କରିଥିଲେ । ପଛରୁ ଦର୍ପଦଳନ ରଥ ମାଡ଼ି ଆସିଥିଲା । ଏହି ସମୟରେ ହଠାତ୍ ଉଚ୍ଚ ରକ୍ତଚାପରୁ ଅସୁସ୍ଥ ଅନୁଭବ କରି ଅଭିରାମ ତଳେ ପଡ଼ିଯାଇଥିଲେ । ଅଭିରାମଙ୍କୁ ତଳୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ଶବ ସଂରକ୍ଷଣ ଗୃହରେ ରଖିଛି ।
ଅଧିକ ପଢ଼ନ୍ତୁ :- Suna Besha: ଆଜି ରଥାରୂଢ଼ ଦାରୁବ୍ରହ୍ମଙ୍କ ଦୁର୍ଲଭ ସୁନାବେଶ, ଅପରାହ୍ନ ୫ଟାରେ ମହଣ ମହଣ ସୁନାରେ ବିଭୂଷିତ ହେବେ ମହାବାହୁ

