Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଳଭଦ୍ର ଜନ୍ମୋତ୍ସବ ଓ ଗହ୍ମା ଅଭିଷେକ: ବଳଦେବଜୀଉଙ୍କୁ ଲାଗି ହେଲା ଲକ୍ଷେ ତୁଳସୀ

ବଳଭଦ୍ର ଜନ୍ମୋତ୍ସବ ଓ ଗହ୍ମା ଅଭିଷେକ: ବଳଦେବଜୀଉଙ୍କୁ ଲାଗି ହେଲା ଲକ୍ଷେ ତୁଳସୀ

କେନ୍ଦ୍ରାପଡ଼ା: ପବିତ୍ର ବଳଭଦ୍ର ଜନ୍ମ ଓ ରାଷୀ ପୂର୍ଣ୍ଣିମା ବସରରେ ତୁଳସୀକ୍ଷେତ୍ରର ଆରାଧ ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜିଉ ଗହ୍ମା ଅଭିଷେକ ଓ ଜନ୍ମ ଅଭିଷେକ ବେଶରେ ଦେଇଛନ୍ତି ଦର୍ଶନ। ଜନ୍ମାଭିଷେକ ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ମନ୍ଦିରକୁ ବିଭିନ୍ନ ରଙ୍ଗୀନ ଆଲୋକମାଳା ଓ ପୁଷ୍ପବୃକ୍ଷରେ ସଜ୍ଜିତ କରାଯାଇଥିଲା I ଆଖପାଖ ଅଞ୍ଚଳର ବନ୍ଧୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ।

ପରମ୍ପରା ଅନୁସାରେ, ମହାପ୍ରଭୁଙ୍କ ସମସ୍ତ ନୀତିକାତି ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଥିଲା । ସକାଳ ସାଢ଼େ ୫ଟା ବେଳେ ଶ୍ରୀଜିଉଙ୍କର ପହୁଡ଼ ଫିଟଯାଇ ପ୍ରଥମେ ମଙ୍ଗଳ ଆଳତି, ନାତିସ୍ନାନ ଏବଂ ଗୋପାଳବଲ୍ଲଭ ଧୂପ ବଢ଼ିଥିଲା।

ସକାଳ ୧୦ଟା ସୁଦ୍ଧା ଖେଚୁଡ଼ି ଧୂପ ଅନୁଷ୍ଠିତ ଅନୁଷିତ ହୋଇଥିଲା। ପରେ ୩ ପଣ୍ଡାମାନେ ମହାପ୍ରଭୁଙ୍କୁ ବଡ଼ ଚିତାଲାଗି କରାଇ ନୂତନ ଅଙ୍ଗବସ୍ତ୍ର, ପୃଷ୍ପମାଳରେ ସଜ୍ଜିତ କରିଥିଲେ । ତା' ପରେ ମୋଡ଼ା ମଉଳି ବେଶରେ ସଜ୍ଜିତ କରଯାଇଥୁଲା। ଲକ୍ଷେ ତୁଳସୀରେ ସଜେଇ ହୋଇଥିଲେ ଶ୍ରୀଜିଉ । ପରେ ପରେ ୩ ଠାକୁରଙ୍କୁ କାଠିମୁକୁଟ ଲାଗି କରାଯାଇଥିଲା। ଗହ୍ମା ଅଭିଷେକ ଓ ଜନ୍ମ ଅଭିଷେକ ନୀତି ସମ୍ପନ୍ନ କରାଯାଇଥିଲା। ପୁରୀରୁ ଉଭଣୀ ସୁଭଦ୍ରାଙ୍କ ଦ୍ୱାରା ପ୍ରେରିତ ୨ଟି ପାଟରାକ୍ଷୀ ଶ୍ରୀଜିଉମାନଙ୍କୁ ଅର୍ପଣ କରାଯାଇଥୁଲା । ମହାପ୍ରଭୁଙ୍କ ଅଙ୍ଗଲାଗି ସେବାୟତମାନେ ଏକଲକ୍ଷ ତୁଳସୀ ଅର୍ପଣ କରିଥିଲେ।

ନୀତିକାନ୍ତି ମଧ୍ୟରେ ତୁଳସୀ ଚଉରା ଆଗରେ ଯଜ୍ଞାଦି ଶୁଭକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦ୍ୱିପ୍ରହର ଧୂପ ନୀତି ବଢ଼ିଲା ପରେ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋମଯଜ୍ଞ ଅବସରରେ ପୂଜାପଣ୍ଡାଙ୍କ ଦ୍ଵାରା ସମ୍ପନ୍ନ କରଯାଇଥୁଲା। ଏହାପରେ ମନ୍ଦିର ପୁରୋହିତ ଓ ରାଜ ପୁରୋହିତମାନଙ୍କ ଦ୍ୱାରା ଯଜ୍ଞନୁଷ୍ଠାନ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ପ୍ରାୟ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ମହାପ୍ରଭୁ ଶ୍ରୀସିଦ୍ଧ ବଳଦେବଜିଉଙ୍କ ଉଦ୍ଦେଶ୍ୟରେ ଓମ୍ ନମଃ ଭଗବତେ ବାସୁଦେବାୟ ମୂଳମନ୍ତ୍ର ଧ୍ଵନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ଏହି ଅବସରରେ ଠାକୁରଙ୍କ ଉଦ୍ଦେଶ୍ୟରେ ହଜାରେ ଲେଖାଏଁ ଆହୁତି ପ୍ରଦାନ କରାଯାଇଥିଲା ।

ରାତି ସୁଦ୍ଧା ଓ ଯଜ୍ଞ ପୂର୍ଣ୍ଣାହୁତି କରଯାଇଥିଲା । ମନ୍ଦିର ବେଢ଼ା ମଧ୍ୟରେ ଓ ବାହାରେ ଉପସ୍ଥିତ ଭକ୍ତ, ଶ୍ରଦ୍ଧାଳୁମାନଙ୍କୁ ପିଠା ଓ ଖିରି ବିତରଣ କରଯାଇଥୁଲା । ଏହି ଅବସରରେ ଶ୍ରୀଜିଉଙ୍କର ସନ୍ଧ୍ୟା ଆଳତି ବଢ଼ି ବିଭିନ୍ନ ନୀତିକାତି ଅନୁଷ୍ଠିତ ହେଇଥିଲା। ଯଜ୍ଞାନୁଷ୍ଠାନ ସରିଲା ପରେ ମହାପ୍ରଭୁଙ୍କ ଶ୍ରୀଛାମୁରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ପିଠା ଓ ଖିରି ଭୋଗ ମଣୋହି ହେଲା ପରେ ଶ୍ରୀଜିଉଙ୍କ ରାତ୍ରଧୂପ ବଢ଼ିଥିଲା । ପରେ ଶ୍ରୀଜିଉଙ୍କର ବେଶ ଉଲାଗି କରାଯାଇ ବଡ଼ସିଂହାର ନୀତି ସମ୍ପନ୍ନ କରାଯାଇଥିଲା । ପଲଙ୍କ ଲାଗି କରାଯାଇ ପହୁଡ଼ ଲାଗି ହୋଇଥିଲା। ପୁଷ୍ପମାଳ ଓ ଆଲୋକ ମାଳାରେ ସୁସଜ୍ଜିତ ମନ୍ଦିର ଏକ ଭକ୍ତିରସାତ୍ମକ ପରିବେଶ ସୃଷ୍ଟି କରୁଥିଲା।

ଏହାସହ ପଢ଼ନ୍ତୁ : ଲାଞ୍ଜିଗଡ଼ ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ: ଗରିବ ପରିବାରର ସବୁ ଉଜାଡ଼ିଦେଲା…

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia