Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବେଲୁନ ପାଇଁ କୂଅକୁ ଡେଇଁ ପଡିଲା  ଶିଶୁକନ୍ୟା, ଚାଲିଗଲା ଜୀବନ

ବେଲୁନ ପାଇଁ କୂଅକୁ ଡେଇଁ ପଡିଲା ଶିଶୁକନ୍ୟା, ଚାଲିଗଲା ଜୀବନ

ତେଲକୋଇ, ୨୫।୭ : ବେଲୁନ ପାଇଁ କୂଅକୁ ଡେଇଁଲା ଶିଶୁକନ୍ୟା। କୂଅରେ ବୁଡି ଶିଶୁ କନ୍ୟା ର ଜୀବନ ଚାଲି ଯାଇଛି। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁ କିଶାନ ସାହିରେ।

ସୂଚନା ଅନୁଯାୟୀ ଚଉବନ କିଶାନଙ୍କ ତିନି ବର୍ଷର ଶିଶୁକନ୍ୟା ଶୀତଲ କୀଶାନ ଅନ୍ୟ ଶିଶୁଙ୍କ ସହିତ ଘର ପଛପଟେ ଥିବା କୂଅ ନିକଟରେ ବେଲୁନ ଧରି ଖେଳୁଥିଲା।

ଏହି ସମୟରେ ବେଲୁନ ହାତରୁ ଖସିଯାଇ କୂଅରେ ପଡ଼ିଯାଇଥିଲା। ଏହି ସମୟରେ ଘରେ କେହି ନ ଥିଲେ। ସମେସ୍ତ ଚାଷ କାମରେ ବିଲକୁ ଯାଇଥିଲେ।

କୂଅରେ ବେଲୁନ ଭାସୁଥିବା ଦେଖି ଶିତଲ ବେଲୁନ ଆଣିବା ପାଇଁ କୂଅକୁ ଡେଇଁ ପଡ଼ିଥିଲା। ଏହି ଘଟଣା ପରେ ସାଥୀ ରେ ଖେଳୁଥିବା ଅନ୍ୟ ଶିଶୁ ଏନେଇ ଶିତଲଙ୍କ ମାଙ୍କୁ ଡାକି ଆଣି ଦେଖାଇଥିଲେ। ଏହା ପରେ ଶୀତଲଙ୍କୁ କୂଅରୁ ଉଦ୍ଧାର କରି ତେଲକୋଇ ମେଡିକାଲ ଆଣିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଆହୁରି ପଢନ୍ତୁ : ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ଓଡ଼ିଶା ସାହିତ୍ୟ ଏକାଡେମୀର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia