Dailyhunt
Bengal result : ଭୋଟ୍ ଗଣତି ଭିତରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା, ଟ୍ରେଣ୍ଡ୍‌ରେ ବିଜେପିକୁ ବହୁମତ ଦେଖି ଦିଦିଙ୍କ ମୁଣ୍ଡ ଗୋଲ୍

Bengal result : ଭୋଟ୍ ଗଣତି ଭିତରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା, ଟ୍ରେଣ୍ଡ୍‌ରେ ବିଜେପିକୁ ବହୁମତ ଦେଖି ଦିଦିଙ୍କ ମୁଣ୍ଡ ଗୋଲ୍

କୋଲକାତା, ୪/୦୫ : ହାର୍ ମାନିବାକୁ ନାରାଜ ଦିଦି। ଭୋଟ୍ ଗଣତି ଭିତରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା। ଟ୍ରେଣ୍ଡ୍ ରେ ବିଜେପିକୁ ବହୁମତ ଦେଖି ଦିଦିଙ୍କ ମୁଣ୍ଡ ଗୋଲ୍। କହିଲେ ଯେଉଁଠି ବିଜେପି ଆଗୁଆ ଅଛି ସେହି ସିଟ୍ର ଟ୍ରେଣ୍ଡ୍ ଦେଖାଉଛନ୍ତି। ଟିଏମ୍ସି ଆଗୁଆ ଥିବା ସିଟ୍ର ଟ୍ରେଣ୍ଡ୍ ଦେଖାଯାଉନି। ବାନାର୍ଜୀ ହାର ମାନିବାକୁ ପ୍ରସ୍ତୁତ ନାହିଁ।

ଯାହା ଚାଲିଛି ସେସବୁ ବିଜେପିର ପ୍ଲାନ୍। ଅନେକ ସ୍ଥାନରେ ଗଣତି ବନ୍ଦ କରି ଦେଇଛନ୍ତି। କଲ୍ୟାଣୀରେ ଏପରି ମେସିନ୍ ମିଳିଛି ଯାହା ମେଳ ଖାଉନାହିଁ। କେନ୍ଦ୍ରୀୟ ବାହିନୀ ଦ୍ୱାରା ଟିଏମସିକୁ ସବୁ ଦିଗରୁ ନିର୍ଯାତନା ଦିଆଯାଉଛି। ସେମାନେ SIR ମାଧ୍ୟମରେ ଭୋଟ ଚୋରି କରିବାକୁ ଚେଷ୍ଟା କରିଛନ୍ତି। ଏବେବି ଟିଏମସି ୧୦୦ ସିଟ୍‌ ରେ ଆଗୁଆ ଅଛି। ସବୁ କିଛି ଭୁଲ୍ ତଥ୍ୟ ଦିଆଯାଉଛି। ଭୋଟ୍ ଗଣତି କେନ୍ଦ୍ର ଛାଡ଼ି ନଯିବାକୁ ମମତା ଏଜେଣ୍ଟଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ମମତା ପୁଣି କହିଛନ୍ତି ଯେ, "ନିର୍ବାଚନ କମିଶନ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁଛି ଏବଂ କେନ୍ଦ୍ରୀୟ ବାହିନୀ ମଧ୍ୟ ସେମାନଙ୍କ ସହିତ ଅଛନ୍ତି। ପୁଲିସ ମଧ୍ୟ କେନ୍ଦ୍ରୀୟ ବାହିନୀ ସହିତ କାମ କରୁଛି। କର୍ମୀମାନେ ନିରାଶ ହୁଅନ୍ତୁ ନାହିଁ। ସୂର୍ଯ୍ୟାସ୍ତ ପରେ ଆପଣମାନେ ଜିତିବେ। ୨-୪ ରାଉଣ୍ଡ ଗଣନା ସମାପ୍ତ ହୋଇଛି। ଆହୁରି ୧୪ ରୁ ୧୮ ରାଉଣ୍ଡ ପର୍ଯ୍ୟନ୍ତ ଗଣନା ଜାରି ରହିବ, ଆମେ ଜିତିବା। କାହାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ।"

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia