Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବୈଭବଙ୍କ ଡେବ୍ୟୁକୁ ନେଇ ଏମିତି କହିଲେ ପାର୍ଥିବ ପଟେଲ

ବୈଭବଙ୍କ ଡେବ୍ୟୁକୁ ନେଇ ଏମିତି କହିଲେ ପାର୍ଥିବ ପଟେଲ

ନୂଆଦିଲ୍ଲୀ: ଆଉ କେତେ ଦିନ ଅପେକ୍ଷା କରାଇବ ? ଦଳରେ ସାମିଲ କଲ ହେଲେ ପ୍ଲେଇଂ ଇଲେଭେନଙ୍କ କାହିଁକି ଦେଉନ ସୁଯୋଗ ? ଏଭଳି ପ୍ରଶ୍ନ ଏବେ ସମସ୍ତ କ୍ରିକେଟପ୍ରେମୀ ବୈଭବଙ୍କ ସମ୍ପର୍କରେ ଯୁକ୍ତି ବାଢ଼ିଛନ୍ତି । ଯେଉଁଥିରେ ସାମିଲ ହୋଇଛନ୍ତି ପୂର୍ବତନ ଓ୍ବିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ । ସେ ବୈଭବଙ୍କ ସମ୍ପର୍କରେ ଦାବି କରି ମ୍ୟାନେଜମେଣ୍ଟକୁ ଉପେଦଶ ଦେଇଛନ୍ତି ।

ସେ କହିଛନ୍ତି କି, ଯଦି ତାଙ୍କୁ ଦଳରେ ଖେଳାଇବାର ନାହିଁ ତାହେଲେ ସ୍ପଷ୍ଠଭାବେ ଜଣାଇ ଦିଅନ୍ତୁ ।

ପାର୍ଥିବ ପଟେଲ କହିଛନ୍ତି କି, ସେ ଜଣେ ୧୫ ବର୍ଷୀୟ ବାଳକ । ଯଦି ପ୍ଲେଇଂ ଇଲେଭେନରେ ତାଙ୍କୁ ସ୍ଥାନ ନମିଳିବ ତାହେଲେ ଆଗୁଆ ସ୍ପଷ୍ଠଭାବେ ଜଣାଇ ଦିଅନ୍ତୁ । ସେ କମ୍ ବୟସର ହୋଇଥିବାବେଳେ ତାଙ୍କସହ ଯତ୍ନର ସହ କଥା ହୁଅନ୍ତୁ । ଏହାସହ ସେ କହିଛନ୍ତି କି, ଏବେ ଟିମ ଇଣ୍ଡିଆର ଏଭଳି ଟପ୍ ଅର୍ଡର ଅଛନ୍ତି ଯେଉଁମାନେ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଦର୍ଶନ ଦେଖାଇ ସାରିଛନ୍ତି । ସଞ୍ଜୁ ସାମସନ ଟି-୨୦ ବିଶ୍ବକପରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିବାବେଳେ ଇଶାନ କିଷନ ଏବଂ ଅଭିଶେକ ଶର୍ମା ନିଜକୁ ପ୍ରମାଣିତ କରି ସାରିଛନ୍ତି ।

ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ପୂର୍ବରୁ ଦମଦାର ପ୍ରଦର୍ଶନ କରିଥିବାବେଳେ ତାଙ୍କୁସୁଯୋଗ ଦିଆଯାଉଛି । ଯାହାକି ଭଲଭାବେ ବୈଭବଙ୍କୁ ଭଲଭାବେ ବୁଝାଇବା ଜରୁରୀ । ତୁମ ସ୍ଥାନ ଏବେ ନାହିଁ । ଯାହାକି ତାଙ୍କୁ ଭଲଭାବେ ବୁଝାଯିବା ଦରକାର । କାରଣ ଆୟାର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳିବାର ସୁଯୋଗ ମିଳିନଥିଲା ଆଉ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ସ୍ଥାନ ମିଳିନାହିଁ ।

ଏହାସହ ପଢ଼ନ୍ତୁ : Anvay Dravid: ରାହୁଲ ଦ୍ରାବିଡଙ୍କ ପୁଅ ସମେତ ୧୧ ଖେଳାଳିଙ୍କ ଡେବ୍ୟୁ, ଶ୍ରୀଲଙ୍କାରେ ମୈଦାନକୁ ଓହ୍ଲାଇଲା ନୂଆ ଟିମ୍ ଇଣ୍ଡିଆ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia