Tuesday, 26 May, 7.20 pm ପ୍ରମେୟ

ହୋମ
ଭାଇରାଲ୍‌ ଭିଡିଓ- ନିୟମ ଲାଗୁ ଦାୟିତ୍ୱରେ ଥିବା ଅଧିକାରୀ ନିୟମ ଭଙ୍ଗୁଥିବା ଅଭିଯୋଗ

ଭଦ୍ରକ - ନିୟମ ଲାଗୁ କରିବା ଦାୟିତ୍ୱରେ ଥିବା ଅଧିକାରୀ ନିୟମ ଭାଙ୍ଗୁଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭିଯୋଗ ଭଦ୍ରକରୁ ଆସିଛି ।ଏଥିରେ ଜଣେ ଦାୟିତ୍ୱ ସମ୍ପନ୍ନ ସରାକାରୀ ଅଧିକାରୀ ନିୟମ ଭାଙ୍ଗୁଥିବା ଅଭିଯୋଗ ହୋଇଛି । ଏହି ଭିଡିଓରେ ସନ୍ଧ୍ୟା ୭ଟାପରେ ସମ୍ପୃକ୍ତ ମହିଳା ତହସିଲ୍‌ଦାର କାହିଁକି କଟକଣା ଲାଗୁ ପରେ ତାକୁ ଭଙ୍ଗ କରି ଦୋକାନରେ ପଶି ଜିନିଷ କିଣୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏଥିରେ ଭିଡିଓ ଉତ୍ତୋଳନ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କ ଟ୍ରାକ୍ଟରର ସବୁ କାଗଜପତ୍ର ଥାଇ ମଧ୍ୟ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା କରାଯାଇଥିବା କହିଛନ୍ତି । ଯଦି ସାଧାରଣ ଲୋକଙ୍କ ପାଇଁ ଆଇନ ଓ କଟକଣା ରହିଛି ତେବେ ଜଣେ ସରକାରୀ ଅଧିକାରୀଙ୍କ କ୍ଷେତ୍ରରେ ଏହି କଟକଣା କାହିଁକି ଲାଗୁ ହେବନି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଭିଡିଓରେ ତହସିଲଦାର ଦୋକାନ ମଧ୍ୟରେ ଥିଲେ ମଧ୍ୟ କିଛି କିଣୁ ନଥିବା ସଫେଇ ଦେଇଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top
// // // // $find_pos = strpos(SERVER_PROTOCOL, "https"); $comUrlSeg = ($find_pos !== false ? "s" : ""); ?>