Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ବସ୍, ୨୨ ଆହତ

ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ବସ୍, ୨୨ ଆହତ

ଚଣ୍ଡିଖୋଲ୩୦।୮: ଭୁବନେଶ୍ୱରରୁବାଲେଶ୍ୱରଅଭିମୁଖେଯାଉଥିବାଏକ ବସ୍ କଡ଼େଇଛକନିକଟରେ ଭାରସାମ୍ୟ ହରାଇ ଓଲଟିପଡ଼ିଛି।ଏଥିରେ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଯଶୋଦାନାମକଏକବସ୍‌ ଭୁବନେଶ୍ୱରରୁବାଲେଶ୍ଵରଅଭିମୁଖେଯାଉଥିଲା।ବସ୍‌ରେ୫୦ରୁ ଅଧିକ ଯାତ୍ରୀ ଥିଲେ ।କଡ଼େଇ ଛକ ନିକଟରେ ବସଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ​​​​​​​ ଦୁର୍ଘଟଣା ଫଳରେ ବସ୍ ‌ ରେ ଥିବା ଯାତ୍ରୀମାନେ ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳରେ ବଡ଼ଚଣା ପୋଲିସ , ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ବସ୍ରୁ ଉଦ୍ଧାର କରିଥିଲେ । ଉଦ୍ଧାର ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେ ନେଇ ବଡ଼ଚଣା ପୋଲିସ ତଦନ୍ତ କରୁଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia