ହୋମ
ଭାରତକୁ WHO ମୁଖ୍ୟଙ୍କ ପ୍ରଶଂସା,ଭ୍ୟାକସିନ୍ ଡିପ୍ଲୋମାସି ପାଇଁ ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

Image Courtesy : https://timesofindia.indiatimes.com/
ଜେନେଭା,୨୩।୧: କରୋନା ମହାମାରୀ ବେଳେ ସାରା ବିଶ୍ବରେ ଗମ୍ଭୀର ସ୍ଥିତି ଲାଗି ରହିଥିଲା। ଲକ୍ଷାଧିକ ଲୋକଙ୍କର ଜୀବନ ନେଇଗଲା କରୋନା। ବୈଜ୍ଞାନିକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଏହି ଭାଇରସକୁ ଯେପରି ନବ୍ୟାପିବ ସେ ନେଇ ଭ୍ୟାକସିନ୍ ତିଆରି କରିଛନ୍ତି। ଭାରତରେ ଅକ୍ସଫୋର୍ଡ ଆଷ୍ଟ୍ରଜେନକାର ତିଆରି ଭ୍ୟାକସିନ୍ କୋଭାସିଲ୍ଡ ଦେଶ ଓ ବିଦେଶର ଲୋକଙ୍କୁ ଦିଆଯାଉଛି ଓ ଏବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଧ୍ୟ ଭାରତର ଭ୍ୟାକସିନ୍ ଡିପ୍ଲୋମାସିକୁ ପ୍ରଶଂସା କରିଛି।
ଡବ୍ଲୁଏଚଓର ମହାନିର୍ଦେଶକ ଟେଡରୋସ ଆଦନୋମ ଗେବ୍ରେୟସସ୍ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରୋନା ସହ ଲଢିବାରେ ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏହି ବିପଦ ସମୟରେ ଯଦି ଆମେ ଏକାଠି ମିଶି ଆଗକୁ ବଢିବ ଓ ନିଜର ସୂଚନା ପରସ୍ପରକୁ ଆଦାନ ପ୍ରଦାନ କରିବା ତେବେ ବିପଦଜନକ ଭାଇରସକୁ ରୋକିପାରିବା ଓ ଲୋକଙ୍କ ଜୀବନ ବଞ୍ଚାଇ ପାରିବା। ଉଲ୍ଲେଖନୀୟ ଯେ, ଭାରତ ୨୦ ଲକ୍ଷ ଭ୍ୟାକସିନ୍ ଡୋଜ୍ ବ୍ରାଜିଲକୁ ପଠାଇଛି। ସେଭଳି ଭୁଟାନକୁ କୋଭାଶିଲ୍ଡ ଭ୍ୟାକସିନ୍ର ପ୍ରାୟ ୧.୫ ଲକ୍ଷ ଡୋଜ୍ ଭାରତ ପଠାଇଛି। କେବଳ ସେତିକି ନୁହେଁ ନେପାଳ ଓ ବାଂଲାଦେଶକୁ ମଧ୍ୟ ଭ୍ୟାକସିନ୍ ଉପହାରରେ ଦେଇଛି ଭାରତ।