ନୂଆଦିଲ୍ଲୀ,୩।୮: ମହାକାଶରେ ନିଜର ଶକ୍ତି ବଢାଇବାରେ ଲାଗିଛି। ଭାରତ ଏହି ସମୟରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ସାଟେଲାଇଟ୍ NVS-03 ଓ Gisat-1A ଲଞ୍ଚିଂ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସାଟେଲାଇଟ୍ ବହୁ ସପ୍ତାହ ହେବ ଶ୍ରୀହରି କୋଟାର ସ୍ପେସ୍ ସେଣ୍ଟରରେ ଲଞ୍ଚ କରିବା ପାଇଁ ସରକାରଙ୍କ ମଞ୍ଜୁରୀର ଅପେକ୍ଷା କରୁଛି। ଏହି ଦୁଇ ସାଟେଲାଇଟର ଖାସ୍ କଥା ଏହା ଯେ, ଏହାର ବ୍ୟବହାର ବିଶେଷ ଭାବରେ ମିଲିଠାରୀ କାର୍ଯ୍ୟ ପାଇଁ ହେବ।
ଏହି ସାଟେଲାଇଟ୍ ସହିତ ଗୋଟିଏGSLV-Mk2 ରକେଟ୍ ବି ଲଞ୍ଚ କରାଯିବାର ପ୍ରସ୍ତୁତି ଚାଲିଛି।
ଏଭଳି ବିଳମ୍ବ ଏଭଳି ସମୟରେ ହେଉଛି ଯେତେବେଳେ ସରକାର ଏପର୍ଯ୍ୟନ୍ତ ଦୁଇଟି ପିଏସ୍ଏଲଭି ମିସନକୁ ନେଇ ସୂଚନା ଦେଇ ନାହାନ୍ତି। ଏଥିରୁ ଗୋଟିଏ ୧୮ ମଇ ୨୦୨୫ ଓ ଦ୍ବିତୀୟ ୧୨ ଜାନୁଆରୀ ୨୦୨୬ ରେ ସାମନାକୁ ଆସିଥିଲା। ତେବେ ଏହାର ବିଫଳତା ବିଷୟରେ ବିସ୍ତୃତ ସୂଚନା ସାର୍ବଜନୀନ ହୋଇନାହିଁ। ଏହି କାରଣରୁ ଭାରତର ଲଞ୍ଚ ପୋଗ୍ରାମ ଧିମା ହୋଇଯାଇଛି।
କାହିଁକି NVS-03ଓGisat-1Aଗୁରୁତ୍ବପୂର୍ଣ୍ଣ
ଲଞ୍ଚିଂ ପାଇଁ ପ୍ରସ୍ତୁତNVS-03ସାଟେଲାଇଟ୍ ଖୁବ୍ ଖାସ୍। ଏହା ଭାରତର ଦ୍ବିତୀୟ ପୀଢିର NavIC ନାଭିଗେସନ୍ କନ୍ଷ୍ଟେଲେସନ୍ ର ଆଗାମୀ ସାଟେଲାଇଟ୍। ସେଭଳି Gisat-1Aମଧ୍ୟ ଏକ ଆଡଭାନ୍ସଡ୍ ଜିୟୋ-ଇମେଜିଂ ସାଟେଲାଇଟ୍, ଯାହାକି ଭାରତୀୟ ମାଟିରୁ ପ୍ରାୟ ରିୟଲ ଟାଇମ୍ ଉପରେ ନଜର ରଖିବା ପାଇଁ ସକ୍ଷମ। ଦୁଇଟି ଲଞ୍ଚ ପୂର୍ବରୁ ଅଧିକାଂଶ ପ୍ରସ୍ତୁତି ପୁରା ହୋଇସାରିଛି ଏବଂ ଉଡାଣ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।
କେଉଁଠି ଅଟକି ଥିଲା ମାମଲା ?
-ଲଞ୍ଚରେ ଏହି ବାଧକ ଇସ୍ରୋ ପାଇଁ ଏକ କଷ୍ଟକର ବର୍ଷ ପରେ ଆସିଛି। ୧୨ ଜାନୁଆରୀରେ PSLV-C62 ତୃତୀୟ ପର୍ଯ୍ୟାୟ(PS3)ରେ ସମସ୍ୟା କାରଣରୁ ନିଜର ପେଲୋଡ୍କୁ କକ୍ଷପଥରେ ସ୍ଥାପିତ କରିବାରେ ବିଫଳ ଥିଲା।
-ଏହାଦ୍ବାରା ୮ ମାସ ପୂର୍ବରୁ PSLV-C61ମଧ୍ୟ ବିଫଳ ହୋଇଯାଇଥିଲା। ଏହାର କାରଣ ହେଉଛି ଇସ୍ରୋ କେବଳ PS3 ପ୍ରେସର ଡ୍ରପ୍ କରିଥିଲା।
-କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ନିକଟରେ ବେଙ୍ଗାଲୁରରେ କହିଥିଲେ,PSLV-C62 ମିସନ୍ରେ ଯାଞ୍ଚ କରୁଥିବା ବିଫଳତାର ବିଶ୍ଲେଷର କମିଟିରେ ସମସ୍ୟାର କାରଣ ଜଣାପଡିଛି, କିନ୍ତୁ ନିଷ୍କର୍ଷ ବାହାରି ପାରିନି।
ଆହୁରି ପଢନ୍ତୁ : Keralam Floods: ଭୟଙ୍କର ରୂପ ନେଲା କେରଳ ବନ୍ୟା; ୧୫ ମୃତ, ଆଲର୍ଟରେ NDRF ଓ ସୁରକ୍ଷା ବାହିନୀ

