ଇସଲାମାବାଦ : ପାକିସ୍ତାନ ପକ୍ଷରୁ ପୁଣି ଥରେ ଭାରତ ପାଇଁ ଆକ୍ରମଣାତ୍ମକ ଓ ଉସୁକାଇବା ଭଳି ବୟାନବାଜି କରାଯାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କ୍ରୋଧିତ ହୋଇ କହିଛନ୍ତି , ତାଙ୍କ ସେନା ଗତ ବର୍ଷ ଭାରତ ବିରୋଧରେ ଲଢେଇରେ ବିଜୟ ହାସଲ କରିଛନ୍ତି ଏବଂ ଆଗକୁ ବି ଲଢେଇ ପାଇଁ ପ୍ରସ୍ତୁତ। ଖ୍ୱାଜ ଆସିଫ୍ ଭାରତକୁ ଧମକ ଦେଇ କହିଛନ୍ତି ଯେ, ଗତ ବର୍ଷ ମଇ ମାସରେ କେବଳ ବିମାନ ଲଢେଇ ହୋଇ ଥିଲା , କିନ୍ତୁ ଏହିଥର ପାକିସ୍ତାନର ସେନା ଇଣ୍ଡିଆର ସୀମାରେ ପଶି ଯିବେ।
ଏକ ଟିଭି କାର୍ଯ୍ୟକ୍ରମରେ ଖ୍ୱାଜା ଆସିଫ୍ କହିଛନ୍ତି, ଭାରତ ଗତ ବର୍ଷ ଆମ ଉପରେ ଆକ୍ରମଣ କରିଥିଲା ଏବଂ ଯଦି ସେ ପୁଣି ଚେଷ୍ଟା କରିବେ ତ ତାଙ୍କୁ ଗତବର୍ଷ ଅପେକ୍ଷା ବଡ଼ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଏହିଥର ସଂଘର୍ଷ ୨୦୦ରୁ ୨୫୦ କିଲୋମିଟର ଯାଏ ସୀମିତ ରହିବ ନାହିଁ। ଆମେ ସେମାନଙ୍କ ଅଞ୍ଚଳରେ ପଶିବୁ ଏବଂ ଭିତରେ ପଶି ତାଙ୍କୁ ମାରିବୁ।
ପାକିସ୍ତାନର ଶେହବାଜ ସରିଫ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜ ଆସିଫ୍ ନିଜର ବୟାନବାଜି ପାଇଁ ଜଣାଶୁଣା। ଗତବର୍ଷ ମଇ ମାସରେ ଭାରତ ଓ ପାକିସ୍ତାନର ଚାରି ଦିନର ଲଢେଇ ପରେ ଲଗାତାର ସେ କିଛି ନା କିଛି କହୁଥିଲେ। ତାଙ୍କ ସ୍ପଷ୍ଟବାଦୀତା ଯୋଗୁଁ, ଆସିଫଙ୍କ କଥା ପ୍ରାୟତଃ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରେ।
ଖ୍ୱାଜା ଆସିଫଙ୍କର ସଦ୍ୟ ଟିପ୍ପଣୀ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନ ପରେ ଆସିଛି। ରାଜନାଥ ସିଂହ ନିକଟରେ କେରଳରେ ଅପରେସନ ସିନ୍ଦୂରର ଉଲ୍ଲେଖ କରିଥିଲେ। ଏହି ସମୟରେ ରାଜନାଥ ସିଂହ କହିଥିଲେ ଯେ, ପାକିସ୍ତାନ ପକ୍ଷରୁ କରାଯାଇ ଥିବା କିଛି ବି ଦୁଃସାହସ ଏକ ଅଭୂତପୂର୍ଣ୍ଣ ଓ ନିର୍ଣ୍ଣାୟକ ଜବାବକୁ ଆମନ୍ତ୍ରଣ କରିବ।
ଅନ୍ୟପଟେ ରାଜନାଥ ସିଂହ ନିଜର ବୟାନରେ କହିଛନ୍ତି , ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତିକୁ ଦେଖି ଆମର ପଡୋଶୀ କୌଣସି ପ୍ରକାରର ଦୁଃସାହସ କରିବାକୁ ଚେଷ୍ଟା କରିପାରେ। ଯଦି ଏମିତି ହୁଏ ତ ଭାରତର ଜବାବ ଅଭୂତପୂର୍ଣ୍ଣ ଓ ନିର୍ଣ୍ଣାୟର ହେବ। ଆମେ ତାଙ୍କୁ କହିବାକୁ ଚାହୁଁଛୁ କି ଅପରେସନ ସିନ୍ଦୂର ଏବେ ଶେଷ ହୋଇ ନାହିଁ।
ଆହୁରି ମଧ୍ୟ ପଢନ୍ତୁ : ଭାରତ-ପାକିସ୍ତାନ 'ଟ୍ରାକ୍୨' ଟକ୍ ଜାରି ! କତାରରେ ବୈଠକ, ପରଦା ପଛର କୂଟନୀତି କଣ ?

