Dailyhunt
ଭିକ୍ଷାବୃତ୍ତିରେ ବିଶ୍ୱର ସବୁଠୁ ଧନୀ ଭରତ ଜୈନ,ସମ୍ପତ୍ତି ଜାଣିଲେ ଉଡିଯିବ ହୋସ୍

ଭିକ୍ଷାବୃତ୍ତିରେ ବିଶ୍ୱର ସବୁଠୁ ଧନୀ ଭରତ ଜୈନ,ସମ୍ପତ୍ତି ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ,୦୪/୦୪: ମୁମ୍ବାଇର ଜଣେ ଭିକାରୀ ଭିକ ମାଗି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି । ଆଜି ସେ ବିଶ୍ୱର ସବୁଠୁ ଧନୀ ଭିକାରୀ ନାମରେ ପରିଚିତ । ଭରତ ଜୈନଙ୍କ ପିଲାଦିନ ଉତ୍କଟ ଦାରିଦ୍ର‌୍ୟରେ ବିତିଥିଲା । ତାଙ୍କ ପାଖରେ ଶିକ୍ଷାର ସାଧନ ନ ଥିଲା କିମ୍ବା କୌଣସି ସ୍ଥାୟୀ ଚାକିରି ବି ନ ଥିଲା । ବାଧ୍ୟ ହୋଇ ସେ କମ୍‌ ବୟସରେ ଭିକ୍ଷାବୃତ୍ତି ଆରମ୍ଭ କଲେ ।

ବିଗତ ୪୦ ବର୍ଷ ହେଲା ସେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଓ ଆଜାଦ ମୈଦାନ ଭଳି ଅଞ୍ଚଳରେ ପ୍ରତିଦିନ ୧୦-୧୨ ଘଣ୍ଟା ଭିକ ମାଗୁଛନ୍ତି ।

ଆହୁରି ପଢନ୍ତୁ-ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରୀ ସେବା ଯୋଗାଇ ଦେବା ରେଳବାଇର ପ୍ରାଥମିକତା: ଅଶ୍ବିନୀ ବୈଷ୍ଣବ

ରିପୋର୍ଟ ଅନୁସାରେ, ତାଙ୍କର ଦୈନିକ ଆୟ ପ୍ରାୟ ୨୦୦୦ରୁ ୨,୫୦୦ ଟଙ୍କା । ଏହିଭଳି ଭାବେ ତାଙ୍କର ମାସିକ ଆୟ ୬୦ ହଜାରରୁ ୭୫ ହଜାର ହୋଇଯାଉଛି । ସେ ନିଜ ଆୟକୁ ବ୍ୟବସାୟ ଓ ରିୟଲ ଏଷ୍ଟେଟ୍‌ରେ ଲଗାଇଛନ୍ତି । ଏବେ ତାଙ୍କ ପାଖରେ ପ୍ରାୟ ୧.୪ କୋଟି ଟଙ୍କାର ଦୁଇଟି ଫ୍ଲାଟ୍‌ ଅଛି । ଥାନେରେ ତାଙ୍କର ଦୁଇଟି ଦୋକାନ ଅଛି । ଏଥିରୁ ପ୍ରତି ମାସ ପ୍ରାୟ ୩୦ ହଜାର ଟଙ୍କା ଭଡ଼ା ଆସୁଛି । ତାଙ୍କର ମୋଟ୍‌ ସମ୍ପତ୍ତି ପ୍ରାୟ ୭.୫ କୋଟି ଟଙ୍କା । ଭରତଙ୍କ ପରିବାର ଏବେ ଆରାମଦାୟକ ଜୀବନ ବଞ୍ଚୁଛନ୍ତି । ତାଙ୍କ ପିଲା ଉଚ୍ଚ ଶିକ୍ଷା ପ୍ରାପ୍ତ କରି ପରିବାରର ବ୍ୟବସାୟ ସମ୍ଭାଳୁଛନ୍ତି । ତେବେ ପ୍ରଶ୍ନ ହେଉଛି ସମ୍ପତ୍ତି ଥାଇ ମଧ୍ୟ ଭରତ ଭିକ ମାଗୁଛନ୍ତି କାହିଁକି? କିଛି ଲୋକ ଏହାକୁ ତାଙ୍କର ପୁରୁଣା ଅଭ୍ୟାସ ବା ନିଶା କହୁଛନ୍ତି । ଆଉ କିଛି ଏହା ତାଙ୍କ ଜୀବନଶୈଳୀର ଅଂଶ ବୋଲି କହୁଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia