Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Bhitarkanika reopens: ଆଜିଠୁ ଖୋଲିଲା ଭିତରକନିକା ଅଭୟାରଣ୍ୟ, ବୁଲିବା ସହ ରାତିଯାପନର ମଜା ନେଇପାରିବେ ପର୍ଯ୍ୟଟକ

Bhitarkanika reopens: ଆଜିଠୁ ଖୋଲିଲା ଭିତରକନିକା ଅଭୟାରଣ୍ୟ, ବୁଲିବା ସହ ରାତିଯାପନର ମଜା ନେଇପାରିବେ ପର୍ଯ୍ୟଟକ

ରାଜକନିକା ୦୧/୦୮: ଆଜିଠୁ ଖୋଲିଲା ଭିତରକନିକା । ପର୍ଯ୍ୟଟକଙ୍କ ମନରେ ଖୁସି ଆଉ ଆନନ୍ଦର ଲହରୀ। ଏବେ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବୁଲି ଦେଖିପାରିବେ ପର୍ଯ୍ୟଟକ। ଫୁଲତୋଡ଼ା ଦେଇ ପର୍ଯ୍ୟଟକଙ୍କୁ ସ୍ବାଗତ କଲା ବନ ବିଭାଗ । ପର୍ଯ୍ୟଟକମାନେ ବୋଟିଂ କରିବା ସହ ଅଭୟାରଣ୍ୟରେ କୁମ୍ଭୀର ଏବଂ ଅନ୍ୟ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇଛନ୍ତି।

କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ବନ୍ଦ ଥିଲା ଭିତରକନିକା। କୁମ୍ଭୀରଙ୍କ ପ୍ରଜନନରେ ଯେପରି ବାଧା ସୃଷ୍ଟି ନହୁଏ ସେଥିପାଇଁ ପ୍ରତିବର୍ଷ ମେ' ମାସରୁ ଜୁଲାଇ ଯାଏ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଏ। ତେବେ ଆଜିଠୁ ପର୍ଯ୍ୟକଟଙ୍କ ପାଇଁ ଭିତରକନିକା ଅଭୟାରଣ୍ୟ ଖୋଲାଯାଇଛି। ଚଳିତବର୍ଷ ପୂର୍ବବର୍ଷ ଭଳି ଗୁପ୍ତି, ଖୋଳା ଓ ଡାଙ୍ଗମାଳରୁ ପର୍ଯ୍ୟଟକମାନେ ନୌବିହାର କରିପାରିବା ସହ ଡାଙ୍ଗମାଳରେ ରହିଥିବା କଟେଜ ଗୁଡିକରେ ରାତ୍ରିଯାପନ କରିପାରିବେ। ଭିତରକନିକାରେ ପର୍ଯ୍ୟଟକଙ୍କ ଭ୍ରମଣ ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଅଧିକ ପଢ଼ନ୍ତୁ :- Odisha Flood Updates : ରାଜକନିକାରେ ବନ୍ୟା ସ୍ଥିତି ଅସମ୍ଭାଳ ,ପାଣିରେ ଉବୁଟୁବୁ ୧୩ ପଞ୍ଚୟତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia