Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Bhubaneswar Crime ; ଲିଫ୍ଟ ମାଗି ଛୁରି ଭୁସିଲେ, ଛାତ୍ରଙ୍କ ବାଇକ୍‌ ଲୁଟିନେଲେ ଦୁର୍ବୃତ୍ତ

Bhubaneswar Crime ; ଲିଫ୍ଟ ମାଗି ଛୁରି ଭୁସିଲେ, ଛାତ୍ରଙ୍କ ବାଇକ୍‌ ଲୁଟିନେଲେ ଦୁର୍ବୃତ୍ତ

ଯାଁଳା ୧/୯ : ଇନ୍ଫୋଭ୍ୟାଲି ଥାନା ଅଲକର ରାସ୍ତାରେ ସୋମବାର ରାତି ପ୍ରାୟ ୧୧ଟାରେ ଜଣେ ଦୁର୍ବୃତ୍ତ ଲିଫ୍ଟରେ ଆସି ବାଇକ୍ ଚାଳକଙ୍କୁ ଛୁରି ଭୁସି ବାଇକ୍ ଲୁଟି ନେଇଛି । ଲୁଟର ଶିକାର ହୋଇଛନ୍ତି ଜଣେ ଛାତ୍ର । ସେ ହେଲେ ସୁଜିତ୍ ଦାସ । ସୁଜିତ୍ ସ୍ଥାନୀୟ ଏକ ଇଞ୍ଜିନିୟରିଂ କଲେଜରେ ପଢ଼ନ୍ତି । ତାଙ୍କ ଘର ବୟାଳିଶ ମୌଜାରେ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସୁଜିତ୍ କୌଣସି କାମରେ ବାଇକ୍ ଯୋଗେ ଇନ୍ଫୋଭ୍ୟାଲି ଅଞ୍ଚଳକୁ ଆସୁଥିଲେ । ଗୋହିରା ଛକ ନିକଟରେ ଜଣେ ଅପରିଚିତ ଯୁବକ ତାଙ୍କୁ ଲିଫ୍ଟ ମାଗିଥିଲେ । ସୁଜିତ ତାଙ୍କୁ ବାଇକରେ ବସାଇ ଆସୁଥିବା ବେଳେ ଅଲକର ରାସ୍ତାରେ ଯୁବକ ଜଣଙ୍କ ବାହାନା କରି ଅଟକି ଥିଲେ । ପରେ ହଠାତ୍ ଛୁରି ବାହାର କରି ସୁଜିତଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଭୁସି ଦେଇଥିଲେ ।

ଆହୁରି ପଢନ୍ତୁ ;- Love Failure ; ପ୍ରେମିକା ମୁହଁ ଫେରାଇଲେ, ଘର ଛାଡ଼ିଲେ ଯୁବକ; ପୁଅକୁ ଖୋଜିବାକୁ ଥାନାରେ ବାପାମାଆ

ସୁଜିତ୍ ତଳେ ପଡ଼ିଯିବା ପରେ ଯୁବକ ଜଣଙ୍କ ତାଙ୍କ ବାଇକ୍ ନେଇ ଚମ୍ପଟ ମାରିଥିଲା । ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସେହି ବାଟ ଦେଇ ଯାଉଥିବା ବେଳେ ସୁଜିତ ପଡିଥିବା ଦେଖି ଇନଫୋଭ୍ୟାଲି ଥାନାକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଆହତ ସୁଜିତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲା । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia