ମୁମ୍ବାଇ, ୦୮/୦୪: ଏମିତି ବି ଆସେ ମୃତ୍ୟୁ । ନାଚୁ ନାଚୁ ଚାଲିଗଲା ଜୀବନ । ଖୁସିର ମାହୋଲ ଭିତରେ ଆସିଲା ଦୁଃଖ । ବିବାହ ଶୋଭାଯାତ୍ରାରେ ଡ୍ୟାନ୍ସ କରୁ କରୁ ଟିଳିପଡ଼ିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରୁ । ଖୁସିର ଶୋଭାଯାତ୍ରା କ୍ଷଣକ ମଧ୍ୟରେ ଶୋକସଭା ପାଲଟିଯାଇଥିଲା । ଗୋଣ୍ଡପିପରୀ ତହସିଲ୍ ଅନ୍ତର୍ଗତ ଫୁଣ୍ଡିହେଟି ଗାଁରେ ଏହି ଘଟଣା ଘଟିଛି ।
ସାଙ୍ଗର ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିବା ସାଙ୍ଗ ବିବାହ ଶୋଭାଯାତ୍ରାରେ ନାଚୁ ନାଚୁ ଟଳିପଡ଼ିଛନ୍ତି । ମୃତକ ହେଲେ ୨୫ ବର୍ଷୀୟ ଅଳ୍ପେଶ ଦହାଗାୱର ।
ସୂଚନା ଅନୁଯାୟୀ, ଗାଁରେ ବିବାହ ଶୋଭାଯାତ୍ରା ଚାଲିଥିଲା । DJର ତାଳେ ତାଳେ ବରଯାତ୍ରୀମାନେ ଡ୍ୟାନ୍ସରେ ମସଗୁଲ ଥିଲେ । ଅଳ୍ପେଶ ମଧ୍ୟ ଡିଜେର ଧୁନରେ ନୃତ୍ୟୁ କରିବାରେ ଲାଗିପଡ଼ିଥିଲେ । ମାତ୍ର ଅଚାନକ ଭୂଇଁରେ ଟଳିପଡ଼ିଥିଲେ। ସେଠାକୁ ଡ୍ୟାନ୍ସ କରୁଥିବା ଅନ୍ୟ କିଛି ଲୋକ ପ୍ରଥମେ ଏହା ମଜାଳିଆ ଢଙ୍ଗରେ ନେଇଥିଲେ । ମାତ୍ର ଅଳ୍ପେଶ ଭୂଇଁରୁ ନଉଠିବା କମ୍ବା କୌଣସି ପ୍ରତିକ୍ରିୟା ନଦେବାରୁ ଲୋକଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଏହା ପରେ ସେଠାରେ ଉପସ୍ଥିତ ଥିବା ସମ୍ପର୍କୀୟ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇ ଯାଇଥିଲେ । ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଅଳ୍ପେଶଙ୍କୁ ମୃତ ଘୋଷଣା କରିଥିଲେ ।
ହାର୍ଟ ଆଟାକ୍ ଯୋଗୁ ଅଳ୍ପେଶଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ମାତ୍ର ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ଏହି ଅଭାବନୀୟ ଘଟଣା ବିବାହ ଉତ୍ସବକୁ କ୍ଷଣକରେ ଶୋକାକୂଳ ପରିସ୍ଥିତିରେ ବଦଳାଇ ଦେଇଛି । ଅଳ୍ପେଶଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସମ୍ପର୍କୀୟ ସ୍ତବ୍ଧ ହୋଇଯାଇଛନ୍ତି । ଚନ୍ଦ୍ରପୁର ଜିଲ୍ଲାରେ କେବଳ ଏହି ଗୋଟିଏ ଘଟଣା ନୁହେଁ, ଅନ୍ୟ ଏକ ଘଟଣା ବି ସମସ୍ତଙ୍କ ଚକିତ କରିଛି । ମହୁମାଛିଙ୍କ ଆକ୍ରମଣରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ଚନ୍ଦ୍ରପୁର ଥର୍ମାଲ ପାଓ୍ବାର ଷ୍ଟେସନ ନିକଟରେ ଏକ କ୍ରିକେଟ୍ ମ୍ୟାଚ୍ ଚାଲୁଥିବା ବେଳେ ଘଟିଛି । ମ୍ୟାଚ ସମୟରେ କୁବ୍ ଜୋରରେ DJ ବାଜିଥିଲା । DJର ଶବ୍ଦ ଶୁଣି ମହୁମାଛିମାନେ ଆକ୍ରମଣ କରିଥିଲେ । ଏଥିରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ୬୫ ବର୍ଷୀୟ ମଧୁକର ରଙ୍ଗାରୀଙ୍କ ପ୍ରାଣ ହରାଇଛନ୍ତି ।...
ଅଧିକ ପଢ଼ନ୍ତୁ-ମିଛ ପରିଚୟ ଦେଇ ଯୁବତୀଙ୍କ ସହ ରଖିଲେ ସମ୍ପର୍କ, ଏବେ ଭିଡିଓ ଭାଇରାଲ କରାଇବାକୁ ଧମକ

