Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିବାହିତ ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଖାପ୍ ପଞ୍ଚାୟତରେ ମାଡ଼ ପରେ ଯୁବକଙ୍କ ଆତ୍ମହତ୍ୟା !

ବିବାହିତ ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଖାପ୍ ପଞ୍ଚାୟତରେ ମାଡ଼ ପରେ ଯୁବକଙ୍କ ଆତ୍ମହତ୍ୟା !

ମାଲକାନଗିରି, ୧।୯: ମାଲକାନଗିରିରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର MV 92 ଗ୍ରାମରେ ଏକ ଖାପ୍ ପଞ୍ଚାୟତର ବୈଠକରେ ଜଣେ ଯୁବକଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ମୋଟା ଅଙ୍କର ଜରିମାନା ଲଗାଯାଇଛି । ପରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗ୍ରାମର ସାଗର ସରକାର ନାମକ ଜଣେ ୨୨ ବର୍ଷୀୟ ଯୁବକ ଗତ କିଛି ଦିନ ପୂର୍ବେ ଆନ୍ଧ୍ର ପ୍ରଦେଶରେ କାମ କରିବା ସମୟରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରି ନିଜ ଗାଁକୁ ଆଣିଥିଲେ ।

ଏହି ଖବର ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଗାଁ କମିଟି ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ଏହି ବୈଠକକୁ ଯୁବକ ସାଗର ସରକାର ଏବଂ ତାଙ୍କ ବାପା ରବି ସରକାରଙ୍କୁ ଡକାଯାଇଥିଲା ।

​​​​​​​ଶଳା-ଭିଣୋଇଙ୍କ ମଧ୍ୟରେ ଯୁକ୍ତିତର୍କ, ବାରିସୀ ମାଡ଼ରେ ଚାଲିଗଲା ଭିଣୋଇଙ୍କ ଜୀବନ

ବୈଠକ ଚାଲିଥିବା ସମୟରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରି ଆଣିଥିବା ଅଭିଯୋଗରେ ଗାଁ କମିଟି ସଦସ୍ୟମାନେ ସାଗରଙ୍କୁ ନିର୍ଧୂମ ମାଡ଼ ମାରିଥିଲେ । କେବଳ ସେତିକି ନୁହେଁ, ଦଣ୍ଡବିଧାନ ସ୍ୱରୂପ ତାଙ୍କୁ ୪୫ ହଜାର ଟଙ୍କା ଫାଇନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସଂପୃକ୍ତ ବିବାହିତ ମହିଳାଜଣଙ୍କୁ ତାଙ୍କ ସ୍ୱାମୀଙ୍କ ସହ ପଠାଇ ଦିଆଯାଇଥିଲା । ଗାଁ କମିଟି ସମ୍ମୁଖରେ ହୋଇଥିବା ଏପରି ମାରପିଟ୍, ସର୍ବସାଧାରଣରେ ଅପମାନ ଏବଂ ଜରିମାନାର ଚାପକୁ ସହ୍ୟ କରିପାରିନଥିଲେ ସାଗର । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ମାନସିକ ଯନ୍ତ୍ରଣା କ୍ଷୋଭରେ ସେ ଶେଷରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଅନ୍ୟପକ୍ଷରେ, ଗାଁ କମିଟି ସଭାପତି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏହାକୁ ନେଇ ପୁଲିସ ପକ୍ଷରୁ ଏଯାବତ୍ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ମିଳିପାରି ନାହିଁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia